www.samajalive.in
Saturday, December 13, 2025
26.1 C
Bhubaneswar

“ବାହୁବଳୀ”ଙ୍କ ଐତିହାସିକ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ନୂଆଦିଲ୍ଲୀ : “ଚନ୍ଦ୍ରଯାନ-୨”ର ଐତିହାସିକ ଯାତ୍ରା ପାଇଁ ରବିବାର ସକାଳ ୬ଟା ୧୫ରୁ ଅବଗଣନା ଆରମ୍ଭ ହୋଇଛି । ସୋମବାର ଭୋର ୨ଟା ୫୧ରୁ “ବାହୁବଳୀ” ଐତିହାସିକ ଯାତ୍ରାରମ୍ଭ କରିବେ।
ଚନ୍ଦ୍ରର ଦକ୍ଷିଣ ମେରୁକୁ ପ୍ରଥମ ଅଭିଯାନ ସ୍ୱରୂପ ଭାରତର ଏହି ଦ୍ୱିତୀୟ ଚନ୍ଦ୍ର ଅଭିଯାନ “ଚନ୍ଦ୍ରଯାନ-୨”ର ଐତିହାସିକ ଯାତ୍ରାକୁ ଦେଶ ବିଦେଶର ବୈଜ୍ଞାନିକ, ଗବେଷକ ଓ ସାଧାରଣ ଜନତା ସମସ୍ତେ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‍ ମହାକାଶ ଗବେଷଣା କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉତକ୍ଷେପଣ କେନ୍ଦ୍ରର ଦୁଇ ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ଜିଏଲଏଲଭି-୩, “ଚନ୍ଦ୍ରଯାନ-୨”କୁ ଧରି ମହାକାଶ ଯାତ୍ରା ଆରମ୍ଭ କରିବ। ଏହି ରକେଟ୍‍ର ଓଜନ ପ୍ରାୟ ୩ ହଜାର ୪୯୩ କିଲୋଗ୍ରାମ୍‍। ଇସ୍ରୋ ଏହାର ଉପନାମ ରଖିଛି “ଫ୍ୟାଟ୍‍ ବଏ” ବା “ବାହୁବଳୀ”।

ନିର୍ଦ୍ଧାରିତ କକ୍ଷପଥରେ ଚନ୍ଦ୍ରଯାନକୁ ଏହି ରକେଟ୍‍ ପହଞ୍ଚାଇବା ପରେ ଇସ୍ରୋର ବୈଜ୍ଞାନିକମାନେ ଦୂର ନିୟନ୍ତ୍ରଣ ବ୍ୟବସ୍ଥାରେ ଏହାର କକ୍ଷପଥର ଦୂରତ୍ୱ ବୃଦ୍ଧି କରିବେ। କ୍ରମଶଃ ଏହି ଯାନଟି ପୃଥିବୀର କକ୍ଷପଥରୁ ବାହାରକୁ ଯାଇ ଚନ୍ଦ୍ରର ପ୍ରଭାମଣ୍ଡଳ ପରିସରରେ ରହିବ। ଉତ୍‍କ୍ଷେପଣର ୫୪ ଦିନରେ ଚନ୍ଦ୍ରଯାନରେ ଥିବା କ୍ଷୁଦ୍ରଯାନ ବିକ୍ରମ ଓ ରୋଭର୍‍ ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବେ। ଚନ୍ଦ୍ରର ପୃଷ୍ଠଭାଗର ଗଠନ, ଜଳର ଉପଳବ୍ଧତା ଓ ଏହାର ଭୂମିରୂପ ସମ୍ପର୍କରେ ଏହି ଦୁଇ ଯାନ ବିକ୍ରମ ଓ ରୋଭର୍‍ ପ୍ରଜ୍ଞାନ ତଥ୍ୟ ସଂଗ୍ରହ କରିବେ। “ଚନ୍ଦ୍ରଯାନ-୨” ଅଭିଯାନର ମୋଟ ଖର୍ଚ୍ଚ ୯୭୮ କୋଟି ଟଙ୍କା। ଚନ୍ଦ୍ରପୃଷ୍ଠରେ ଏହି ଯାନ ଅବତରଣ କଲେ ଏ କ୍ଷେତ୍ରରେ ଭାରତକୁ ବିଶ୍ୱରେ ଚତୁର୍ଥ ଦେଶ ଭାବେ ମର୍ଯ୍ୟାଦା ଲାଭ କରିବ।

- Advertisement -

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‍ ମହାକାଶ ଗବେଷଣା କେନ୍ଦ୍ରରେ “ଚନ୍ଦ୍ରଯାନ-୨”ର ଐତିହାସିକ ଯାତ୍ରାର ନିରୀକ୍ଷଣ କରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories