www.samajalive.in
Wednesday, December 10, 2025
23.1 C
Bhubaneswar

ସିମୋନା ହାଲେପ୍ ୱିମ୍ବଲଡନ୍‌ ମହିଳା ସିଙ୍ଗଲ୍‌ସ ଚମ୍ପିଆନ

ଲଣ୍ଡନ୍ : ରୋମାନିଆର ସିମୋନା ହାଲେପ୍ ଚଳିତବର୍ଷର ଗ୍ରାଣ୍ଡସ୍ଲାମ୍ ଟେନିସ ଚମ୍ପିଆନ୍‌ସିପ୍ ୱିମ୍ବଲଡନ୍‌ର ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇଛନ୍ତି । ଶନିବାର ଖେଳା ଯାଇଥିବା ଫାଇନାଲରେ ୭ମ ସିଡ୍‌ ହାଲେପ୍ ସହଜରେ ୩୭ ବର୍ଷ ବୟସ୍କା ୧୧ଶ ସିଡ୍ ଆମେରିକାର ସେରେନା ୱିଲିୟମ୍‌ସଙ୍କୁ ୬-୨, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି । ହାଲେପ୍‌ଙ୍କର ଏହା ପ୍ରଥମ ୱିମ୍ବଲଡନ୍‌ ଚମ୍ପିଆନ୍ ଏବଂ ମୋଟ ୨ୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ। ୨୭ ବର୍ଷ ବୟସ୍କା ହାଲେପ୍ ଗତବର୍ଷ ଫ୍ରେଞ୍ଚ୍‌ ଓପନ୍ ଟାଇଟଲ ଜିତିଥିଲେ।
ଏହି ମୁକାବିଲା ଜିତି ୩୭ ବର୍ଷ ବୟସ୍କା ସେରେନା ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଫାଇନାଲ ଖେଳିବାରେ ସବୁଠାରୁ ବୟସ୍କା ମହିଳା ହେବାର ଲକ୍ଷ୍ୟ ରଖିଥିଲେ। ତେବେ ସେରେନାଙ୍କ ପଥରୋଧ କରିଛନ୍ତି ସିମୋନା ହାଲେପ୍। ଏହାସହ ଅଷ୍ଟ୍ରେଲିଆର ମାର୍ଗାରେଟ୍ କୋର୍ଟଙ୍କ ୨୪ଟି ଗ୍ରାଣ୍ଡ୍‌ସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ସହ ସମକକ୍ଷ ହେବା ପାଇଁ ଲକ୍ଷ୍ୟ ରଖିଥିବା ସେରେନାଙ୍କ ଲକ୍ଷ୍ୟ ଅପୂରଣୀୟ ରହିଛି। ସେରେନା ୧୧ଶ ଥର ପାଇଁ ୱିମ୍ବଲଡନ୍‌ର ଫାଇନାଲରେ ପ୍ରବେଶ କରିଥିଲେ ହେଁ ଟାଇଟଲ ଜିତି ପାରିନାହାନ୍ତି। ସେରେନା ଏହା ପୂର୍ବରୁ ୭ଥର ୱିମ୍ବଲଡନ୍‌ ଟାଇଟଲ ଜିତିଥିଲେ। ଫାଇନାଲରେ ୨୬ଟି ତ୍ରୁଟିପୂର୍ଣ୍ଣ ସଟ୍‌ ଖେଳିବା ଯୋଗୁଁ ସେରେନା ବିଜୟୀ ହୋଇ ପାରିନଥିଲେ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ନିଖୁଣ ଟେନିସ୍ ଖେଳି ଆସିଥିବା ସିମୋନା ହାଲେପ୍ ଫାଇନାଲରେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଥିଲେ। ଚଳିତବର୍ଷ ଏହା ହାଲେପ୍‌ଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହୋଇଥିବା ବେଳେ ସେରେନା ଚଳିତବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ଚମ୍ପିଆନ୍ ହୋଇଥିଲେ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories