www.samajalive.in
Wednesday, December 10, 2025
16.1 C
Bhubaneswar

ଦିନ ୨ଟା: ମୁଖ୍ୟ ସମ୍ବାଦ

ଆଞ୍ଚଳିକ

– ଆନନ୍ଦପୁରରେ ୨ ନାବାଳିକାଙ୍କ ସଲିଳସମାଧି

- Advertisement -

– ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଚଳାଚଳ ପାଇଁ କେନ୍ଦ୍ର ନିକଟରେ ଦାବି କଲେ ମୁଖ୍ୟମନ୍ତ୍ରୀ

– ଗୋଷ୍ଠୀ ସଙ୍ଘର୍ଷକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାୟଗଡ଼ା ଟାଉନ୍ ଥାନା ଘେରାଉ ଓ ରାସ୍ତାରୋକ

– ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ଭିଜିଲାନ୍ସ ଦ୍ବାରା ଗିରଫ

– ଅତିରିକ୍ତ ପୁଲିସ ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୧୯୯୪ ବ୍ୟାଚ୍ ଆଇପିଏସ୍ ଯଶୋବନ୍ତ ଜେଠୱା

– ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

– ଡାକ ଟିକେଟ୍‌‌ରେ ରୁଚି ଓ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଡାକ ଟିକେଟ୍‌ ବିଭାଗ ପକ୍ଷରୁ ନବମ ଶ୍ରେଣୀର ପିଲାମାନଙ୍କ ପାଇଁ ‘ଦୀନଦୟାଲ ସ୍ପର୍ଶ ଯୋଜନା ୨୦୧୯-୨୦’ ବାର୍ଷିକ ବୃତ୍ତି ଯୋଜନା ଆରମ୍ଭ

– ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଅକ୍ଷର’ ଫାଉଣ୍ଡେସନ୍‌ ସହାୟତାରେ ଚାଲିଥିବା ‘ଗଣିତ କଳିକା’ କାର୍ୟ୍ୟକ୍ରମ ୨୮ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବ

– କୃମି ନାଶ ପାଇଁ ଅଗଷ୍ଟ ୮ତାରିଖରେ ରାଜ୍ୟର ୧କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ କୃମିନାଶକ ଔଷଧ ଖାଇବାକୁ ଦିଆଯିବ

– ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି, ଅଗଷ୍ଟ ୧୯ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ

– ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ, ୧୫ରୁ ୨୬ ପର୍ୟ୍ୟନ୍ତ ଅନଲାଇନରେ ଆବେଦନ

– ମାଲକାନଗିରି ଚମ୍ପାଖାରି ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ

– ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ନାହିକାନାଲିଠାରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଯୁବକ ମୃତ

– ଓମଫେଡ କ୍ଷୀର ନ ନେବା କାରଣରୁ ବାସୁଦେବପୁରରେ ଚାଷୀମାନେ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କଲେ

– ଆଜି ଅପରାହ୍ନରୁ ଭଗବାନ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭକ୍ତମାନଙ୍କୁ ରଥ ଉପରେ ସୁନାବେଶରେ ଦର୍ଶନ ଦେବେ

 

ଜାତୀୟ

– ନୂଆଦିଲ୍ଲୀ : ରବର କାରଖାନାରେ ଅଗ୍ନିକାଣ୍ଡ ; ୩ ମୃତ

– ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ, ବାଚସ୍ପତିଙ୍କ ସମେତ ବିଜେପିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ମାରିଲେ

– ଆତଙ୍କବାଦୀ ଆଡ୍ଡା ଧ୍ୱଂସ ପାଇଁ ଭାରତୀୟ ବାୟୁସେନାରେ ସାମିଲ ହେବ କ୍ଷୁଦ୍ର ଆକାରର ଡ୍ରୋନ ବିମାନ

– ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ ପକ୍ଷରୁ ଆଜି ୨୦୧୯ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ଫଳ ପ୍ରକାଶିତ

– ଚେନ୍ନାଇରେ ଏଜଳ ସଙ୍କଟ, ଭେଲୋର ଜୋଲାରପେଟରୁ ଟ୍ରେନ୍‌ରେ ହେଉଛି ଜଳ ଯୋଗାଣ

– ସମୁଦ୍ର ଗର୍ଭରେ ୫ ଦିନ ରହିବା ପରେ ଜୀବିତ ଫେରିଆସିଲେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ମତ୍ସ୍ୟଜୀବୀ ରବିନ୍ଦ୍ରନାଥ ଦାସ

– କରତାରପୁର କରିଡର ନେଇ ଭାରତ ଓ ପାକିସ୍ତାନର ଅଧିକାରୀମାନଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହେବ

– ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ଲକ୍ଷାଧିକ ଲୋକ ଜଳବନ୍ଦୀ

– ଅପହୃତ ହେବାର ୫ ଦିନ ପରେ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ନଲ୍ଲରୀ ଶ୍ରୀନିବାସନଙ୍କୁ ମାଓବାଦୀମାନଙ୍କ ହତ୍ୟା

– ଅବିଶ୍ରାନ୍ତ ବର୍ଷ ଯୋଗୁ ଉତ୍ତର ପ୍ରଦେଶରେ ୧୫ ଓ ଆସାମରେ ୬ ଜଣଙ୍କ ମୃତ୍ୟୁ

 

ଆନ୍ତର୍ଜାତିକ

– ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କର୍ତ୍ତାରପୁର କରିଡର ଆଲୋଚନା ପୂର୍ବରୁ ଭାରତର ଦାବି ଉପରେ ପାକିସ୍ତାନ ସରକାର ମୁଣ୍ଡ ନୁଆଁଇଛନ୍ତି, ଶିଖ୍‌ ଗୁରୁଦ୍ୱାର ପ୍ରବନ୍ଧକ କମିଟିରୁ ହଟିଲେ ପାକ ଆତଙ୍କବାଦୀ ହାଫିଜ ସଇଦର ସମର୍ଥକ ଗୋପାଳ ସିଂହ ଚାୱଲା

– ପାକିସ୍ତାନ କହିଛି ଯେ, ଭାରତୀୟ ବାୟୁସେନା ସୀମାରେ ମୁତୟନ କରିଥିବା ଲଢୁଆ ବିମାନକୁ ନ ହଟାଇବା ପର୍ୟ୍ୟନ୍ତ, ସେ ଭାରତର ବାଣିଜ୍ୟକ ଉଡ଼ାଣ ପାଇଁ ନିଜର ଆକାଶ ମାର୍ଗକୁ ଖୋଲିବ ନାହିଁ

– ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତରେ ସ୍ଵାସ୍ଥ୍ୟ, ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁଁ ବହୁ ସଂଖ୍ୟାରେ ଲୋକେ ଗରିବ ରେଖାରୁ ବାହାରିଛନ୍ତି

– ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସନ୍ତା ୨୨ ତାରିଖରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ

– ଦୁର୍ବଳ ଆର୍ଥିକ ସ୍ଥିତିରୁ ରକ୍ଷା ପାଇବାକୁ ପାକିସ୍ତାନ କୈାଣସି ଦୃଢ ପଦକ୍ଷେପ ଗ୍ରହଣ ନ କଲେ ଅର୍ଥବ୍ୟବସ୍ଥା ଦେବାଳିଆ ହେବ ବୋଲି ଆଇଏମଏଫର ଚେତାବନୀ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories