ବନ୍ଦ ହେଲା ‘ଲକ୍ଷ୍ମଣ ଝୁଲା’
ଡେରାଡୁନ : ଋଷିକେଶର ୯୦ ବର୍ଷ ପୁରୁଣା ଲକ୍ଷ୍ମଣ ଝୁଲା ପୋଲକୁ ଶୁକ୍ରବାର ବନ୍ଦ କରିଦିଆଯାଇଛି। ୧୯୨୯ରେ ବ୍ରିଟିଶ ଶାସନ କାଳରେ ଏହାକୁ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଇଥିବା ଏହି ପୋଲଟି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଏବଂ ମରାମତି ଅଭାବରୁ ପୋଲଟି ଦୁର୍ବଳ ହୋଇପଡିଥିବାରୁ ଏହାକୁ ଆଉ ଅଧିକ ଦିନ କାର୍ଯ୍ୟରେ ଲଗାଇ ରଖିବା ସମ୍ଭବ ନୁହେଁ ବୋଲି ଏକ ବିଶେଷଜ୍ଞ କମିଟି ମତ ଦେବା ପରେ ଝୁଲାଟିକୁ ବନ୍ଦ କରି ଦିଆଯାଇଛି। ଏହାର ବିଭିନ୍ନ ଅଂଶ ବିପଦଶଙ୍କୁଳ ଅବସ୍ଥାରେ ଥିଲା।
Comments are closed.