www.samajalive.in
Thursday, December 11, 2025
16.1 C
Bhubaneswar

ରବିବାର କର୍ତ୍ତାରପୁର କରିଡ଼ର ସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ରବିବାର ଦିନ କର୍ତ୍ତାରପୁର କରିଡ଼ର ସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ ବସିବ । ୱାଘା ସୀମାରେ ଏହି ବୈଠକ ଅନୁଷ୍ଠିତ ହେବ। କର୍ତ୍ତାରପୁର କରିଡ଼ର ରୂପରେଖ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହେବ । ଏହି ବୈଠକ ସକରାତ୍ମକ ହେବ ଏବଂ ବହୁ ସଂଖ୍ୟକ ତୀର୍ଥଯାତ୍ରୀ କର୍ତ୍ତାରପୁର ସାହିବ୍‍ ଦର୍ଶନ କରିବାକୁ ଯେପରି ଯାଇ ପାରିବେ ସେ ସଂପର୍କରେ ବିସ୍ତୃତ  ଆଲୋଚନା ହେବ ବୋଲି ଭାରତ ଆଶା କରୁଛି । ଡେରାବାବା ନାନକ ଯାତ୍ରୀ ଟର୍ମିନାଲ୍‍ ପରିସର ନିର୍ମାଣ କାର୍ଯ୍ୟ ଜୋରସୋର ଚାଲିଥିବା ଜଣାପଡ଼ିଛି । ଗୁରୁନାନକ ଦେବଜୀଙ୍କର ୫୫୦ ତମ ଜନ୍ମ ବାର୍ଷିକୀ ୨୦୧୯ ନଭେମ୍ବର ମାସରେ ପଡ଼ୁଥିବାରୁ ଆସନ୍ତା ଅକ୍ଟୋବର ମାସ ୩୧ ତାରିଖ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଯୋଜନା ରଖାଯାଇଛି । ନିର୍ମାଣ କାର୍ଯ୍ୟରେ ୨୫୦ ଜଣ ଶ୍ରମିକ ଓ ୩୦ ଜଣ ଯନ୍ତ୍ରୀ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୧୫ ଏକର ଜମିରେ ଏହି ଟର୍ମିନାଲ୍‍ ନିର୍ମାଣ କରାଯାଉଛି । ଦିନକୁ ୫ହଜାର ଯାତ୍ରୀ ଏହି ଟର୍ମିନାଲ୍‍ ଦେଇ ସୁବିଧାରେ ପାକିସ୍ତାନର ଗୁରୁଦ୍ୱାର କର୍ତ୍ତାରପୁର ସାହିବ୍‍ ଯିବା ଲାଗି ସବୁ ବ୍ୟବସ୍ଥା ରଖାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories