www.samajalive.in
Monday, December 8, 2025
24.1 C
Bhubaneswar

ବେକରେ ବଲ୍‌ ବାଜି କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର: ଏକ ମ୍ୟାଚରେ ବ୍ୟାଟିଂ କରୁଥିବାବେଳେ ବେକରେ ବଲ୍‌ ବାଜିବାରୁ ଜଣେ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ଉତ୍ତର କାଶ୍ମୀରର ବାରାମୂଳା ଜିଲାରେ ବାରାମୂଳା ଏବଂ ବଡଗାମ ଜିଲା ମଧ୍ୟରେ ଗୁରୁବାର ଅଣ୍ଡର-୧୯ କ୍ରିକେଟ ମ୍ୟାଚ୍‌ ଚାଲିଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରାଣ ହରାଇଥିବା କ୍ରିକେଟରଙ୍କ ନାମ ହେଉଛି ଜାହାଙ୍ଗିର ଅହମଦ ୱାର(୧୮)।

ମାଟ୍ଟନ ଥାନା ପୁଲିସ ସୂଚନା ମୁତାବକ, ଜାହାଙ୍ଗିର ହେଲମେଟ୍‌ ପିନ୍ଧି ବ୍ୟାଟିଂ କରୁଥିଲାବେଳେ ଏକ ବଲ୍‌ ତାଙ୍କ ବେକରେ ବାଜିଥିଲା। ଫଳରେ ସେ ସେହିଠାରେ ଚେତା ହରାଇଥିଲେ। ତୁରନ୍ତ ତାଙ୍କୁ ନିକଟ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଯୁବ ସେବା ଏବଂ କ୍ରୀଡ଼ା ବିଭାଗ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା।

- Advertisement -

ଜାହାଙ୍ଗିର ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ସେ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ନିର୍ଦେଶକ ସଲିମ ଉର ରହମନ କହିଛନ୍ତି, ୨୦୧୪ ନଭେମ୍ବର ୨୫ରେ ଅଷ୍ଟ୍ରେଲୀୟ କ୍ରିକେଟର ଫିଲିପ ହ୍ୟୁଗ୍ସ ସିଡ୍‌ନୀ ଗ୍ରାଉଣ୍ଡରେ ଯେପରି ବଲ୍‌ ବାଜି ପ୍ରାଣ ହରାଇଥିଲେ ଜାହାଙ୍ଗିର ମଧ୍ୟ ସେଭଳି ଆଘାତ ପାଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories