www.samajalive.in
Thursday, December 11, 2025
23.1 C
Bhubaneswar

ରେଳ ସବସିଡ ଛାଡିବାକୁ ଯାତ୍ରୀଙ୍କୁ ରେଳବାଇର ନିବେଦନ

ନୂଆଦିଲ୍ଲୀ : ଅନାବଶ୍ୟକ ସ୍ଥଳେ ଉପଭୋକ୍ତାମାନେ ଏଲପିଜି ଗ୍ୟାସ ସବସିଡ ଭଳି ରେଳ ଟିକଟରେ ନିଜର ସବସିଡ ଛାଡିବାର ପ୍ରାବଧାନ ରହିଛି। କିନ୍ତୁ ଅଧିକାଂଶ ଲୋକ ଏ ସମ୍ବନ୍ଧରେ ଅବଗତ ନ ଥିବାରୁ ଏ ନେଇ ରେଳବାଇ ଏବେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆବଶ୍ୟକ ହେଉ ନ ଥିଲେ ନିଜର ରେଳ ସବସିଡ ଛାଡ କରିବାକୁ ଯାତ୍ରୀମାନଙ୍କୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ଏ ସମ୍ବନ୍ଧରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ ରେଳବାଇ ସ୍ଥିର କରିଛି। ୨୦୧୭ରୁ ରେଳ ଟିକଟ ପାଇଁ ଆରମ୍ଭ ହୋଇଥିବା ଏହି ସବସିଡ ବ୍ୟବସ୍ଥାରେ ଏବେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ମାନ୍ୟତାପ୍ରାପ୍ତ ସାମ୍ବାଦିକମାନଙ୍କୁ ରିଆତି ପ୍ରଦାନ କରାଯାଉଛି। ବିଶେଷକରି ପୂରା ମୂଲ୍ୟ ଦେଇ ଟିକଟ କ୍ରୟ କରିପାରୁଥିବା ଯାତ୍ରୀମାନଙ୍କ ପାଇଁ ଏହି ସବସିଡ ଛାଡ ବ୍ୟବସ୍ଥା ଉଦ୍ଦିଷ୍ଟ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories