www.samajalive.in
Friday, December 12, 2025
19.1 C
Bhubaneswar

ମହାରାଷ୍ଟ୍ର ମନ୍ତ୍ରୀଙ୍କ ଘରକୁ କଙ୍କଡ଼ା ଫିଙ୍ଗିଲେ ଏନ୍‌ସିପି କର୍ମୀ

ପୁଣେ : ମହାରାଷ୍ଟ୍ରରେ ଗତ ମଙ୍ଗଳବାର ରାତିରେ ପ୍ରଳୟଙ୍କରୀ ବର୍ଷା କାରଣରୁ ରତ୍ନଗିରି ଅନ୍ତର୍ଗତ ଚିପଲୁନ୍‌ଠାରେ ଥିବା ତିୱାରୀ ନଦୀବନ୍ଧ ଭୁଶୁଡ଼ି ୨୩ ଲୋକଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଏନ୍‌ସିପି କର୍ମୀମାନେ ରାଜ୍ୟର ଜଳ ସଂରକ୍ଷଣ ବିଭାଗ ମନ୍ତ୍ରୀ ତାନାଜୀ ସାୱନ୍ତଙ୍କ ବାସଭବନକୁ ମଙ୍ଗଳବାର କଙ୍କଡ଼ା ଫିଙ୍ଗିଛନ୍ତି। ଏହି ନଦୀ ବନ୍ଧ ଭୁଶୁଡ଼ିବା ପାଇଁ କଙ୍କଡ଼ାମାନେ ଦାୟୀ ବୋଲି ମନ୍ତ୍ରୀ ସାୱନ୍ତ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାର ଜବାବରେ ବିରୋଧୀ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) କର୍ମୀ ଏଭଳି କରିଛନ୍ତି।

ସେମାନେ ବଡ଼ ବାସ୍କେଟରେ ଭର୍ତ୍ତି ବହୁ ସଂଖ୍ୟକ କଙ୍କଡ଼ା ଆଣି ମନ୍ତ୍ରୀଙ୍କ ପୁଣେସ୍ଥିତ ବାସଭବନରେ ଛାଡ଼ିଥିଲେ। ଊଣେଇଶ ବର୍ଷ ପୂର୍ବେ ନିର୍ମିତ ଏହି ବନ୍ଧରେ ଫାଟ ସୃଷ୍ଟି ହେବା ନେଇ ଲୋକେ ସରକାରଙ୍କ ଦୃଷ୍ଟି ଆର୍ଷଣ କରିଥିଲେ ମଧ୍ୟ ମରାମତି ନ ହେବାରୁ ଏହା ବହୁ ଧନଜୀବନ ହାନିର କାରଣ ହୋଇଥିଲା; କିନ୍ତୁ କଙ୍କଡ଼ାମାନେ ଗାଡ଼ କରିବାରୁ ଏହା ଭାଙ୍ଗିଗଲା ବୋଲି ମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ୟ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏନ୍‌ସିପି ନେତା ଜିତେନ୍ଦ୍ର ଅୱଧ ଗତ ସପ୍ତାହରେ ଗୁଡ଼ାଏ କଙ୍କଡ଼ା ଧରି ଥାନାରେ ପହଞ୍ଚିବା ସହ ତାଙ୍କୁ ଗିରଫ କରିବାକୁ ଦାବି ଭଳି ଅଭିନବ ପ୍ରତିବାଦ କରିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories