www.samajalive.in
Wednesday, December 10, 2025
16.1 C
Bhubaneswar

ନେମାଳ ବଜାରରେ ଲହଡି ମାରୁଛି ବର୍ଷାପାଣି

ନେମାଳ : ଦୁଇ ଦିନ ବର୍ଷାରେ ଦେମାଣ୍ଡେ-ଅରେଇ ରାସ୍ତା ଶୋଚନୀୟ ହୋଇପଡିଥିବା ବେଳେ ପର୍ଯ୍ୟଟନ ପୀଠ ନେମାଳ ମୁଖ୍ୟ ବଜାର ରାସ୍ତାରେ ଆଣ୍ଠୁଏରୁ ଉର୍ଦ୍ଧ ପାଣି ଚାଲିବା ଦ୍ୱାରା ଯାତାୟାତରେ ଘୋର ଅସୁବିଧା ଦେଖାଦେଇଛି। ପ୍ରକାଶ ଥାଉକି, ନେମାଳ ଅଚ୍ୟୁତ ସେତୁରୁ ପୀଠକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତାର ମରାମତି କରାଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂର ଦୃଷ୍ଟିର ଅଭାବ ତଥା ଠିକାଦାରମାନଙ୍କର ଖାମ୍‍ ଖିଆଲୀ ମନୋଭାବ ଯୋଗୁ ପ୍ରତିବର୍ଷ ଏହି ରାସ୍ତାରେ ଆଣ୍ଠୁଏରୁ ଉର୍ଦ୍ଧ ପାଣି ଲହଡି ଭାଙ୍ଗୁଛି। ଫଳରେ ଏହି ରାସ୍ତାଦେଇ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ପୀଠକୁ ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାଦେଇ ଦୈନନ୍ଦିନ ଶହ ଶହ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ହାଟକୁ ଯାତାୟାତ କରୁଥିବା ପଥଚାରୀମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି। ମହାପୁରୁଷଙ୍କ ପୀଠକୁ ପର୍ଯ୍ୟଟନ ବିଭାଗର ମାନ୍ୟତା ମିଳିଥିଲା ବେଳେ ପୀଠର ରାସ୍ତାରେ ଏଭଳି ଅବସ୍ଥା ହୋଇଥିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ସୁବ୍ୟବସ୍ଥା ନଥିଲା ବେଳେ ଉଭୟ ପାର୍ଶ୍ବରେ ଡ୍ରେନେଜ୍‍ ବ୍ୟବସ୍ଥା କରିବା ପାଇଁ ଦୀର୍ଘ ଦିନ ହେବ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରେ ଦାବି ହୋଇଆସୁଅଛି। ତୁରନ୍ତ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟବସାୟ ସଂଘ ସଭାପତି ସୁଧାଂଶୁ ଶେଖର ମହାପାତ୍ର ଓ ସଂପାଦକ ବିମଳ କୁମାର ଦାସ ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories