www.samajalive.in
Wednesday, December 10, 2025
26.1 C
Bhubaneswar

ଯନ୍ତ୍ରୀଙ୍କୁ ବାନ୍ଧିବା ଘଟଣାକୁ ସାଂସଦ ନାରାୟଣ ରାଣେଙ୍କ ନିନ୍ଦା; କହିଲେ ପୁଅକୁ କ୍ଷମା ମାଗିବାକୁ ପଡ଼ିବ

ମୁମ୍ବଇ: ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ନିତେଶ ରାଣା ଜଣେ ଯନ୍ତ୍ରୀଙ୍କୁ ମାଡ଼ ମାରିବା, ଗାଳିଗୁଲଜ କରିବା ଏବଂ ତାଙ୍କ ଉପରେ କାଦୁଅ ପକାଇ ଖୁଣ୍ଟରେ ବାନ୍ଧିବା ଘଟଣାକୁ ତାଙ୍କ ବାପା ତଥା ସାଂସଦ ନାରାୟଣ ରାଣେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏହି ଘଟଣା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଆଉ ମୁଁ କୌଣସି ଭୁଲ ନ କରି ଯଦି କ୍ଷମା ମାଗୁଛି ତେବେ ମୋ ପୁଅ ଦୋଷ କରି କ୍ଷମା ମାଗିବ ନାହିଁ କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି ? ପୁଅକୁ କ୍ଷମା ମାଗିବାକୁ ପଡ଼ିବ ଏବଂ ମୁଁ ତା’ଠାରୁ କ୍ଷମାପ୍ରାର୍ଥନା ଦାବି କରୁଛି ବୋଲି ସାଂସଦ ନାରାୟଣ ରାଣେ କହିଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସଦସ୍ୟ ନାରାୟଣ ରାଣେଙ୍କ ପୁଅ ବିଧାୟକ ନିତେଶ ରାଣେ ଗୁରୁବାର କନକଭାଲି ନିକଟ ମୁମ୍ବଇ-ଗୋଆ ରାଜପଥ ପରିଦର୍ଶନରେ ଯାଇଥିବାବେଳେ ରାଜପଥରେ ଗର୍ତ୍ତ ଦେଖି ରାଗି ଯାଇଥିଲେ। ସେଠାକୁ ସେ ବିଭାଗୀୟ ଯନ୍ତ୍ରୀଙ୍କୁ ଡାକି ଗାଳିଗୁଲଜ କରିବା ସହିତ ସେ ଓ ତାଙ୍କ ସମର୍ଥକମାନେ ଯନ୍ତ୍ରୀଙ୍କ ଉପରେ କାଦୁଅ ଢାଳିଥିଲେ। ପରେ ନିକଟରେ ଥିବା ଏକ ଖୁଣ୍ଟରେ ଯନ୍ତ୍ରୀଙ୍କୁ ବାନ୍ଧିବାକୁ ଚେଷ୍ଟା କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ମଧ୍ୟପ୍ରଦେଶ  ଇନ୍ଦୋର-୩ର ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟି ଗିରଫ ହେବା ପରେ ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

- Advertisement -

ଅନ୍ୟପଟେ ଘଟଣା ସମ୍ପର୍କରେ ଥାନାରେ ଏତଲା ଦିଆଯିବା ପରେ ନିତେଶ ରାଣେ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories