www.samajalive.in
Wednesday, December 10, 2025
15.1 C
Bhubaneswar

ସୁଆଦିଆ ଭୋପାଲୀ ମଟନ

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୩ଟି
ତେଜପତ୍ର – ୩ଟି
ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ -ଆବଶ୍ୟକ ପରିମାଣରେ
ଧନିଆ ଗୁଣ୍ଡ – -ଆବଶ୍ୟକ ପରିମାଣରେ
ଦହି – ୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳରେ ଅଳ୍ପ ପାଣି ଦେଇ ଏହାକୁ ପେଷି ଦିଅନ୍ତୁ। ଏହା ପରେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଗୋଟା ତେଜପତ୍ର, କଟା ପିଆଜ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ ମଟନ, ଲୁଣ ପକାଇ ଭଲ ଗୋଳାଇ ଦିଅନ୍ତୁ। ଏଥିରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ପକାଇ ଗୋଳାନ୍ତୁ। ଏବେ ଏଥିରେ ଦହି, ପେଷିଥିବା ମସଲା ପକାଇ ଗୋଳାଇ ୨୦ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳ ପକାଇ କିଛି ପାଣି ଦେଇ ୧୦ ମନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଭୋପାଲି ମଟନ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories