www.samajalive.in
Monday, December 8, 2025
27.1 C
Bhubaneswar

ଏମ୍‌ସରେ ଅପରେଶନ ଥିଏଟର ଗ୍ୟାଲେରିରେ ନର୍ସଙ୍କ ଆତ୍ମାହୂତି

ଜୋଧପୁର: ରାଜସ୍ଥାନର ଜୋଧପୁରସ୍ଥିତ ଏମ୍‌ସ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅପରେଶନ ଥିଏଟର ଗ୍ୟାଲେରି ଭିତରେ କାର୍ଯ୍ୟରତ ଜଣେ ନର୍ସ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଦେଇଛନ୍ତି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶନିବାର ରାତି ପ୍ରାୟ ୮ଟାରେ ଏହି ଅଘଟଣ ଘଟିଛି। ଆତ୍ମହତ୍ୟା ପୂର୍ବରୁ ନର୍ସ ଜଣକ ଇଣ୍ଟରନେଟରୁ ଅନେକ ଥର ଆତ୍ମହତ୍ୟା କରିବାର ପଦ୍ଧତି ଏବଂ ସେଥିରୁ ବର୍ତ୍ତିବା ଲାଗି କି ପଦକ୍ଷେପ ନିଆଯାଇ ପାରିବ ସେନେଇ ତଥ୍ୟ ହାସଲ କରିଥିଲେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ନର୍ସ ଏକ ମାସ ପୂର୍ବରୁ କେରଳସ୍ଥିତ ନିଜ ଗାଁରୁ ଫେରିଥିଲେ। କୁହାଯାଉଛି ଯେ, ଘରୁ ଫେରିବା ପରଠାରୁ ସେ ଚିନ୍ତିତ ରହୁଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଶନିବାର ରାତି ୮ଟାରେ ଏମ୍‌ସର ଅପରେଶନ ଥିଏଟର ଗ୍ୟାଲେରିରେ ଜଣେ ମହିଳା ନର୍ସ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେଠାରେ ଜଣେ ମହିଳାଙ୍କ ଜଳିଯାଇଥିବା ମୃତଦେହ ମିଳିଥିଲା। ସେଠାରୁ ଏକ ପ୍ଲାଷ୍ଟିକ ଜାର, ଦିଆସିଲି ଏବଂ ବୋତଲ ମିଳିଛି। ମହିଳା ଜଣକ କୌଣସି ଜ୍ଵଳନଶୀଳ ପଦାର୍ଥ ଶରୀରରେ ଢାଳି ନିଆଁ ଲଗାଇ ଆତ୍ମାହୂତି ଦେଇଥିବା ଜଣାପଡ଼ିଛି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories