www.samajalive.in
Saturday, December 6, 2025
16.1 C
Bhubaneswar

ମୁମ୍ବାଇରେ ରେକର୍ଡ ଭାଙ୍ଗିଲା ବର୍ଷା; ଜୁନରେ ସ୍ବାଭାବିକଠାରୁ ଅଧିକ ବର୍ଷିଲା

ମୁମ୍ବାଇ : ଚଳିତବର୍ଷ ମୌସୁମୀ ଡେରିରେ ପହଞ୍ଚିଥିଲେ ମଧ୍ୟ ମୁମ୍ବାଇରେ ଦୁଇ ଦିନ ମଧ୍ୟରେ ବର୍ଷା ରେକର୍ଡ ଭାଙ୍ଗିଛି । ଜୁନ୍ ମାସ ମଧ୍ୟରେ ମୌସୁମୀ ବର୍ଷା ହାରାହାରି ୯୭ ପ୍ରତିଶତ କୋଟା ପୂରଣ କରିଛି ଅର୍ଥାତ୍ ଜୁନ ମାସରେ ସ୍ବାାଭାବିକ ଯେତିକି ପରିମାଣରେ ବର୍ଷା ହେବା କଥା ଦୁଇ ଦିନ ମଧ୍ୟରେ ତାହା ପୂରଣ ହୋଇଛି । ଶନିବାର ସକାଳ ସାଢେ ୮ଟାରେ ସାନ୍ତାକ୍ରୁଜରେ ୨୩୪.୮ ମିଲିମିଟର ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି । ୧୦ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଏହା ଦ୍ବିତୀୟ ସର୍ବାଧିକ ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୧୫ ଜୁନ୍ ୧୯ରେ ମୁମ୍ବାଇରେ ସର୍ବାଧିକ ୨୮୩.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା ।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଠା​‌ଣେ ଓ ନଭି ମୁମ୍ବାଇରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଠାଣେରେ ୨୩୭.୫ ମିଲିମିଟର ଏବଂ ନଭି ମୁମ୍ବାଇରେ ୨୪୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । କୌଣସି ଏକ ସ୍ଥାନରେ ୨୦୪.୫ ମିଲିମିଟର ବା ତା’ଠାରୁ ଅଧିକ ବର୍ଷା ହେଲେ ତାହାକୁ ପ୍ରବଳ ବର୍ଷା ବୋଲି କୁହାଯାଏ । ପାଣିପାଗ ବିଭାଗ ଅନୁଯାୟୀ ଜୁନ୍ ମାସରେ ସ୍ବାଭାବିକ ରୂପେ ଯେତିକି ବର୍ଷା ହେବା କଥା, ତାହାର ୪୬ ପ୍ରତିଶତ ବର୍ଷା କେବଳ ଶନିବାର ହୋଇଛି ।

- Advertisement -

ଅନ୍ୟପଟେ ଶନିବାର ଅପେକ୍ଷା ରବିବାର ବର୍ଷାର ମାତ୍ରା କମ୍ ରହିବ । ରବିବାର ଅଳ୍ପ ବର୍ଷା ସହ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ପବନର ବେଗ ଅଧିକ ରହିଥିବାରୁ ମତ୍ସ୍ୟଜୀବୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories