www.samajalive.in
Thursday, December 11, 2025
26.1 C
Bhubaneswar

ରୋଗୀଙ୍କୁ ଘୋଷାରି ଏକ୍ସ-ରେ କକ୍ଷକୁ ନେଲେ ହସ୍ପିଟାଲ କର୍ମଚାରୀ, ଭିଡିଓ ଭାଇରାଲ

ଭୋପାଳ: ହସ୍ପିଟାଲରେ ରୋଗୀଙ୍କୁ ନିର୍ଯାତନା ମିଳୁଛି। ରୋଗୀଙ୍କ ସେବାଯତ୍ନ ପାଇଁ ରହିଥିବା ହସ୍ପିଟାଲର କର୍ମଚାରୀମାନେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ(ଏନଏସସିବି) ମେଡିକାଲ କଲେଜରେ। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ଏକ୍ସ-ରେ କରାଯିବାର ଥିଲା। ତେଣୁ ତାଙ୍କୁ ଷ୍ଟ୍ରେଚରରେ ନ ନେଇ କର୍ମଚାରୀମାନେ ତଳେ ଘୋଷାରି ଘୋଷାରି ନେଇଥିଲେ। ଏହି ଦୃଶ୍ୟ ଏକ କ୍ୟାମେରାରେ ରେକର୍ଡ ହେବା ପରେ ଘଟଣାଟି ପଦାକୁ ଆସିଛି। ରୋଗୀ ଜଣକ ତଳେ ପଡ଼ିଥିବା ଏକ ବେଡ୍‌ଶିଟ୍‌ ଉପରେ ଶୋଇଥିଲାବେଳେ କର୍ମଚାରୀ ଜଣକ ବେଡ୍‌ଶିଟ୍‌କୁ ଧରି ଘୋଷାଡ଼ି ଘୋଷାରି ନେଉଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣା ପଦାକୁ ଆସିବା ପରେ ମେଡିକାଲ କଲେଜ ଡିନ୍‌ ଡା. ନଭନୀତ ସକ୍‌ସେନା କହିଛନ୍ତି, ୩ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

- Advertisement -

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories