www.samajalive.in
Saturday, December 13, 2025
26.1 C
Bhubaneswar

୩୩ କେଭି ବିଦ୍ୟୁତ ଆଘାତରେ ବାଳ ଶ୍ରମିକ ଗୁରୁତର

ମୋହନା : ସ୍ଥାନୀୟ ହାଇସ୍କୁଲ ପଡିଆ ସମ୍ମୁଖଭାଗ ଘର ଉପରଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ଆଘାତରେ ଜଣେ ବାଳ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ରବିବାର ଦିନ ପ୍ରାୟ ୧ଟା ବେଳେ ବଡଖଣି ଗ୍ରାମ ପଂଚାୟତ ନିକଟ ଅଂଳାଗୁଡା ଗ୍ରାମର ଜିତେନ୍ଦ୍ର ମଳିକ (୧୫) ଜନୈକ ବ୍ୟକ୍ତିଙ୍କ ଘର କାମ କରିବାକୁ ଆସିଥିଲେ । ସେହି ଘର କାମ କରିବା ପାଇଁ ଠିକା ନେଇଥିବା ଠିକାଦାର ଜିତେନ୍ଦ୍ରକୁ ଘରକାମ କରିବାକୁ ଶ୍ରମିକଭାବେ ଡାକିଥିଲେ । ଜିତେନ୍ଦ୍ର ଛାତ ଉପରେ କାମ କରୁଥିବା ବେଳେ ହାତରେ ଧରିଥିବା ଲୁହା ଗଜବାଡିଟି ୩୩ କେଭି ବିଦ୍ୟୁତ ତାରରେ ବାଜି ଯାଇଥିଲା । ଫଳରେ ଜିତେନ୍ଦ୍ରର ହାତ, ଗୋଡ, ଛାତି ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିଲା । ତାକୁ ଏକ ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିଲା । ପ୍ରକାଶ ଥାଉକି ସେହି ସ୍ଥାନରେ ଗତବର୍ଷ ଜଣେ ମହିଳା ମଧ୍ୟ ୩୩ କେଭି ବିଦ୍ୟୁତ ଲାଗି ଗୁରୁତର ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ମୋହନା ସାଉଥକୋ କନିଷ୍ଠ ଯନ୍ତ୍ରୀ ଅକ୍ଷୟ କୁମାର ରାଉତଙ୍କୁ ପଚାରିବାରୁ ସେହି ୩୩ କେଭି ଲାଇନ ବିଦ୍ୟୁତ ଖୁଂଟ ଗୁଡିକୁ ସ୍ତାନାନ୍ତର କରାଯିବା ପାଇଁ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories