www.samajalive.in
Sunday, December 14, 2025
14.1 C
Bhubaneswar

ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ, କଲେଜରେ ରହିବେ ୭ ଘଣ୍ଟା

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଉଦ୍ୟମ ଆରମ୍ଭ ହୋଇଛି। ଶନିବାର ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ରାଜ୍ୟ ଯୁକ୍ତ ୩ ସରକାରୀ କଲେଜ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସମ୍ମିଳନୀରେ ୫୨ଟି ସରକାରୀ କଲେଜ ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏଣିକି ସରକାରୀ କଲେଜ ଅଧ୍ୟାପକ ଅଧ୍ୟାପିକାମାନେ ଶିକ୍ଷାନୁଷ୍ଠାନରେ ୫ ଘଣ୍ଟା ପରିବର୍ତ୍ତେ ୭ ଘଣ୍ଟା ରହିବେ ତେଣୁ ଉପସ୍ଥାନ ତଦାରଖ ପାଇଁ ଖାତାରେ ଦସ୍ତଖତ ପରିବର୍ତ୍ତେ ବାୟୋମେଟ୍ରିକରେ ଆଙ୍ଗୁଳି ଛାପ ଦେବାକୁ ହେବ। ଏ ସମ୍ପର୍କିତ ବିଜ୍ଞପ୍ତି ଶିକ୍ଷା ବର୍ଷ ୨୦୧୯-୨୦ ଆରମ୍ଭ ହେବ ପୂର୍ବରୁ ପ୍ରକାଶ ପାଇବା ବୋଲି ବିଭାଗୀୟ ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର କହିଛନ୍ତି ।ନୂତନ ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ ପରେ ମନ୍ତ୍ରୀ ଅରୁଣ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଶିକ୍ଷାଦାନ ବ୍ୟତୀତ ଗବେଷଣା କାର୍ଯ୍ୟରେ ଅଧ୍ୟାପକମାନେ ନିଜକୁ ନିୟୋଜିତ କରିବେ ଓ ଛାତ୍ରଛାତ୍ରୀମାନେ କିଭଳି ସରକାରୀ ଯୋଜନାଗୁଡିକର ସୁଫଳ ପାଇବେ ସେ ନେଇ ମଧ୍ୟ କାମ କରିବେ। ଇତିମଧ୍ୟରେ ୧୬ଟି କଲେଜରେ ବାୟୋମେଟ୍ରିକ ବ୍ୟବସ୍ତା ଶେଷ ହୋଇଥିବା ବେଳେ ବଳକା ୩୬ଟି ଡିଗ୍ରୀ କଲେଜରେ ବିଶ୍ୱବ୍ୟାଙ୍କ ଅନୁଦାନରୁ ଖର୍ଚ୍ଚ କରାଯାଇ ଏହି ବ୍ୟବସ୍ତା କରାଯିବ।

- Advertisement -

ଅନ୍ୟପକ୍ଷରେ ଯୁକ୍ତ ୩ରେ ରାଜ୍ୟରେ ଏକକ ପାଠ୍ୟକ୍ରମ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଛି। ଚଳିତ ଶିକ୍ଷା ବର୍ଷରୁ ଏକକ ପାଠ୍ୟକ୍ରମ ଲାଗୁ କରାଯିବା ନେଇ ଖୁବ ଶୀଘ୍ର ନିଷ୍ପତ୍ତି ହେବ ବୋଲି ଜଣା ପଡିଛି। ଅନେକ ଗୁଡିଏ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଏସବୁ ପଦକ୍ଷେପ ନେବା ସମ୍ଭବ ନୁହେଁ ବୋଲି ବୈଠକରେ ଉପସ୍ଥିତ କେତେକ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଯୋଗ କରିବା ପରେ ଆସନ୍ତା ୩ମାସ ମଧ୍ୟରେ ସେହି ସବୁ ପଦବୀ ପୁରାଣ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories