www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରିଲ୍ଡ ଚିକେନ

ଆବଶ୍ୟକ ସାମଗ୍ରୀ
ଲେଗ ପିସ୍‍ ଚିକେନ – ୮ଟି
ଅଦାରସୁଣ ବଟା – ୩ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ବେସନ – ୨ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଗରମ ମସଲା – ୧ ଚାମଚ
ଚିକେନ ମସଲା – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ନନଷ୍ଟିକ କଡ଼େଇ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନ ଖଣ୍ଡ ଗୁଡ଼ିକୁ ଭଲ ଭାବେ ଧୋଇ ଦିଅନ୍ତୁ।ଧୋଇବା ପରେ ଛୁରୀ ଦ୍ୱାରା ଏହାକୁ ମଝିରେ ଅଳ୍ପ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ବଟର ପକାଇ ସମସ୍ତ ପ୍ରକାରର ମସଲାକୁ ବଟରରେ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମସଲା ମିଶ୍ରଣକୁ ଧୋଇ କରି ରଖିଥିବା ଚିକେନ ଖଣ୍ଡରେ ଭଲ ଭାବେ ଲଗାନ୍ତୁ। ଏହାପରେ ଏହି ଚିକେନକୁ କିଛି ସମୟରେ ଫ୍ରିଜରେ ରଖିଦିଅନ୍ତୁ। ୧୦ ମିନିଟ ପରେ ଫ୍ରିଜରୁ ବାହାର କରି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ନନଷ୍ଟିକ କଡ଼େଇ ବସାଇ ଏଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜରୁ କାଢି ଥିବା ଚିକେନକୁ ତେଲରେ ପକାଇ ୩ ରୁ ୪ ମିନିଟ ଫ୍ରାଏ କରି ଦିଅନ୍ତୁ। ଫ୍ରାଏ କରିବା ପରେ ଏହାକୁ ଏକ ପ୍ଲେଟକୁ କାଢି ଦିଅନ୍ତୁ। ଏବେ ଏହି ଛଣା ଚିକେନରେ ବଟର ଲଗାଇ ଗ୍ୟାସରେ ଏକ ତାର ଜାଲି ରଖି ଏହି ଚିକେନ ଗୁଡ଼ିକର ଦୁଇଟି ପଟକୁ ହାଲକା ଭାବେ ସେକି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ, ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗ୍ରିଲ୍ଡ ଚିକେ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories