www.samajalive.in
Saturday, December 13, 2025
14.1 C
Bhubaneswar

ଆମେ ୧ନଂ ଦଳ ପରି ଖେଳୁଛୁ: କୋହଲି

ମାଞ୍ଚେଷ୍ଟର : ବିଶ୍ବକପ୍‌ରେ ୬ଷ୍ଠ ମ୍ୟାଚ୍‌ରେ ୫ମ ବିଜୟ ହାସଲ କରିବା ପରେ ସାଥୀ ଖେଳାଳିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ବିରାଟ କୋହଲି। ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷିତ ଧୋନି କହିଛନ୍ତି, ଆମେ ଗତକାଲି ୧ନଂ ଦିନିକିଆ ଦଳ ହେଲୁ ଏବଂ ଆମେ ବେଶ୍‌ କିଛିଦିନ ହେଲା ୧ନଂ ଦଳ ପରି ଖେଳୁଛୁ। ତେବେ ଗତ ୨ଟି ମ୍ୟାଚ୍‌ରେ ଆମେ ଭଲ ବ୍ୟାଟିଂ କରି ପାରିନାହୁଁ। ଏହାସତ୍ତ୍ବେ ଆମେ ବିଜୟୀ ହୋଇଛୁ। ଏହା ମୋତେ ପ୍ରଭାବିତ କରିଛି। ହାର୍ଦିକ ପାଣ୍ଡ୍ୟା ଏକ ଚମତ୍କାର ଇନିଂସ ଖେଳିଲେ ଏବଂ ଏମ୍‌ଏସ୍ (ଧୋନି) ଚମତ୍କାର ଭାବେ ଫିନିସ୍ କଲେ। ଏହି ପିଚ୍‌ରେ ୨୭୦ ରନ୍ କରିବା କଷ୍ଟକର ଥିଲା।
ତାଙ୍କ ଇନିଂସ ବିଷୟରେ ଧୋନି କହିଥିଲେ, ବାତାବରଣକୁ ପରଖିବାର କ୍ଷମତା ମୋର ଅଛି। ମୋର ରନ୍‌ର ୭୦ ପ୍ରତିଶତ ସିଙ୍ଗଲ୍‌ରୁ ଆସିଥିଲା। ରନ୍ ସ୍କୋର୍ କରିବାର ଏହା ହେଉଛି ଶ୍ରେଷ୍ଠ ଉପାୟ। ଗତ ୨ଟି ମ୍ୟାଚ୍‌ରେ ଆମେ ଆଶା ଅନୁସାରେ ପ୍ରଦର୍ଶନ କରି ପାରିନାହୁଁ। ​‌ତେବେ ଆମେ ବିଜୟର ରାସ୍ତା ପାଇପାରିଛୁ। ପ୍ରଥମ ୧୫ ଓଭରରେ ପଡ଼ିଆରେ ଆମ ପ୍ରଦର୍ଶନ ବହୁତ ଭଲ ଥିଲା। ଆମେ ଭାବୁଛୁ ଯେ ଯେକୌଣସି ପରିସ୍ଥିତିରୁ ଆମେ ମ୍ୟାଚ୍ ଜିତିପାରିବୁ। ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧିମା ବ୍ୟାଟିଂ ପାଇଁ ସମାଲୋଚିତ ହୋଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ବିଷୟରେ କୋହଲି କହିଥିଲେ, ଦଳ ପାଇଁ ଭଲ ପ୍ରଦର୍ଶନ କରିବା ପାଇଁ ଧୋନି ପ୍ରୟାସ କରୁଛନ୍ତି। ସମସ୍ତଙ୍କର ଖରାପ ଦିନ ଥାଏ ଏବଂ ତାଙ୍କ ବିଷୟରେ ସମସ୍ତେ ଆଲୋଚନା କରିଥାଆନ୍ତି। ଆମେ ତାଙ୍କୁ ସମର୍ଥନ କରୁଛୁ। ଇନିଂସ ଶେଷରେ ଆମକୁ ୧୫-୨୦ ରନ୍ ଅାବଶ୍ୟକ ଥିବା ବେଳେ ଧୋନି ତାହା କରିପାରନ୍ତି। ତଳଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ସହ କିପରି ବ୍ୟାଟିଂ କରିବାକୁ ହୁଏ; ତାହା ସେ ଜାଣିଛନ୍ତି। ତାଙ୍କ ବ୍ୟାଟିଂରୁ ଜାଣିହୁଏ ଯେ ଉକ୍ତ ପିଚ୍‌​‌େ​‌ର ପ୍ରକୃତ ସ୍କୋର୍ କ’ଣ। ଯଦି ସେ କହିଥାଆନ୍ତି ଯେ ଏହି ପିଚ୍‌ରେ ୨୬୫ ସଠିକ୍ ସ୍କୋର୍; ଆମେ ୩୦୦ ରନ୍‌ର ଲକ୍ଷ୍ୟ ନେଇ ଖେଳି ୨୩୦ରେ ରହିବାକୁ ପ୍ରୟାସ କରିନଥାଉ। ଆମ ପାଇଁ ଏମ୍‌ଏସ୍‌​ ଧୋନି ଜଣେ କିମ୍ବଦନ୍ତୀ ଏବଂ ଆମର ଆଶା ଯେ ସେ ଏହିପରି ଖେଳ ଜାରିରଖନ୍ତୁ। କୋହଲି ସ୍ବୀକାର କରିଛନ୍ତି ଯେ ୱେଷ୍ଟଇଣ୍ଡିଜ୍ ଦଳ ଭଲ ବୋଲିଂ କରିଥିଲା।
ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍‌ଡର ସ୍ବୀକାର କରିଛନ୍ତି ଯେ ସମସ୍ତ ବିଭାଗରେ ତାଙ୍କ ଦଳକୁ ଭାରତ ପରାସ୍ତ କରିଛି। ତାଙ୍କ କହିବା ଅନୁସାରେ, ଆମ ଇନିଂସ ମଝିରେ ଧାରଣା ସୃଷ୍ଟି ହୋଇଥିଲା ଯେ ଆମେ ବିଜୟଲକ୍ଷ୍ୟରେ ପହଞ୍ଚିପାରିବୁ। ତେବେ ଏହା ହୋଇନଥିଲା। ଆମ କ୍ଷମତାଠାରୁ ଅଧିକ ରନ୍‌ର ପିଛା କରିବାକୁ ପଡ଼ିଥିଲା। ଆମେ ନିଜେ ଆମ ପତନର କାରଣ ସାଜିଛୁ। ଫିଲ୍‌ଡିଂରେ ଆମେ କିଛି ସୁଯୋଗ ହାତଛଡ଼ା କରିଥିଲୁ। କିମାର ରୋଚ୍ ଓ ସେଲ୍‌ଡନ କଟ୍ରେଲ ଭଲ ବୋଲିଂ କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories