www.samajalive.in
Monday, December 8, 2025
24.1 C
Bhubaneswar

ବିଜେପି ବିଧାୟକଙ୍କ ଦାଦାଗିରି; ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ

ଇନ୍ଦୋର: ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟଙ୍କ ପୁଅ ତଥା ବିଧାୟକ ଆକାଶ ବିଜୟବର୍ଗୀୟ ସରକାରୀ ଅଧିକାରୀଙ୍କୁ ମାରପିଟ୍‌ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଆକାଶ ଜଣେ ନିଗମ ଅଧିକାରୀଙ୍କୁ କ୍ରିକେଟ୍‌ ବ୍ୟାଟରେ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଇନ୍ଦୋରରେ ନିଗମ ଅଧିକାରୀମାନେ ଜର୍ଜର କୋଠାକୁ ଭାଙ୍ଗିବାକୁ ଆସିଥିଲାବେଳେ ବିଧାୟକ ସେମାନଙ୍କୁ ମାରପିଟ୍‌ କରିଥିଲେ।

ନିଗମ ଅଧିକାରୀଙ୍କ ଟିମ୍‌ ଯେତେବେଳେ କୋଠା ଭାଙ୍ଗିବାକୁ ପହଞ୍ଚିଲେ, ସେତେବେଳେ ବିଧାୟକ ଆକାଶ ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ। କଥା ବଢ଼ିବାରୁ ଆକାଶ ଉତ୍‌କ୍ଷିପ୍ତ ହୋଇ ଏକ ବ୍ୟାଟ୍‌ରେ ସେମାନଙ୍କୁ ପିଟିଥିଲେ। ବିଧାୟକଙ୍କ ଏପରି ଗୁଣ୍ଡାଗର୍ଦ୍ଦିକୁ ସାଧାରଣରେ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଧାୟକ ଆକାଶ ବିଜୟବର୍ଗୀୟ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଲୋକସଭା ନିର୍ବାଚନ ସମୟରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦରେ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ରାହୁଲ ପୂର୍ବରୁ ପପୁ ଥିଲେ। କିନ୍ତୁ ଏବେ ସେ ଗଧମାନଙ୍କ ମୁଖିଆ ହୋଇଗଲେଣି। ଆକାଶ ଇନ୍ଦୋର-୩ ବିଧାନସଭା ଆସନରୁ ବିଧାୟକ ଭା​‌ବେ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନ ସମୟରେ ତାଙ୍କ ଟିକେଟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories