www.samajalive.in
Monday, December 8, 2025
13.1 C
Bhubaneswar

ହତ୍ୟାକାଣ୍ଡ ମାମଲାରେ ଜାତୀୟରାଜପଥ ଅବରୋଧ

ବ୍ରଜରାଜନଗର : ଏକ ହତ୍ୟାକାଣ୍ଡ ମାମଲାରେ ୪୯ ନମ୍ବର ଜାତୀୟରାଜପଥ ଅବରୋଧ କରାଯାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରି ସ୍ଥାନୀୟଲୋକ ମଙ୍ଗଳବାର ସକାଳ ୬ଟାରୁ ରାସ୍ତାରେ ପୋଡାଜଳା କରିବା ସହ ଅବରୋଧ କରିଛନ୍ତି । ଫଳରେ କୋଇଲା ପରିବହନ ସମେତ ଯାତ୍ରୀବାହୀ ଗାଡି ଚଳା ଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।

ସୂଚନାଯୋଗ୍ୟ, ସୋମବାର କିଛି ଦୁର୍ବୃତ୍ତ ବାଇକରେ ଆସି ଅମିତ ଧଳ ନାମକ ଜଣେ ବ୍ୟକ୍ତି ଉପରକୁ ଅତର୍କିତ ଭାବେ ୫ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଅମିତକୁ ମଣ୍ଡଳୀଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ଡାକ୍ତରଖାନା ଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ଗତରାତିରୁ ବ୍ରଜରାଜନଗରରେ ପରିସ୍ଥିତି ଅଶାନ୍ତ ଓ ଉଦବେଗଜନକ ରହିଥିବା ବେଳେ ଛକାପଞ୍ଚା ଲାଗି ରହିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣଧୀନ ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ସେପଟେ ହତ୍ୟାକାଣ୍ଡର ପ୍ରତିବାଦ ଓ ଅଭିଯୁକ୍ତମାନକୁ ଦୁରନ୍ତ ଗିରଫ ଦାବିରେ ମୃତ ଅମିତର ସମର୍ଥକମାନେ ପୋଡା ଜଳା କରିବା ସହିତ ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories