www.samajalive.in
Thursday, December 11, 2025
14.1 C
Bhubaneswar

ଅଶୋକ ପରିଜା ରାଜ୍ୟର ନୂଆ ଆଡ଼ଭୋକେଟ ଜେନେରାଲ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ପରିଜାଙ୍କୁ ଅାଡଭୋକେଟ ଜେନେରାଲ (ଏଜି) ଭାବେ ନିଯୁକ୍ତି ଦିଆଯାଇଛି। ଆଇନକ୍ଷେତ୍ରରେ ଶ୍ରୀ ପରିଜାଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି। ଶ୍ରୀ ପରିଜା ପୂର୍ବତନ ବରିଷ୍ଠ ପ୍ରଶାସକ ସ୍ବର୍ଗତ ନରୋତ୍ତମ ପରିଜା ଓ ଶଶିପ୍ରଭା ପରିଜାଙ୍କ ଜ୍ୟେଷ୍ଠ ପୁତ୍ର। ସେ ପୂର୍ବରୁ ୨୦୧୧ରେ ସର୍ବଭାରତୀୟ ବାର କାଉନସିଲ ଅଫ୍
ଇଣ୍ଡିଆର ଅଧ୍ୟକ୍ଷ ରହିବା ସହିତ ୨୦୧୬ରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏନର ସଭାପତି ଥିଲେ। ଆଇନର ବିଭିନ୍ନ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ରହିଛି। ସାମ୍ବିଧାନିକ ଆଇନ, କମ୍ପାନୀ ଆଇନ, ଦେୱାନୀ ଓ ଫୌଜଦାରୀ ଆଦି ମାମଲା ପରିଚାଳନାରେ ତାଙ୍କର ବିଶେଷ ଦକ୍ଷତା ରହିଛି। ଏସବୁକୁ ବିଚାରକୁ ନେଇ ରାଜ୍ୟ ସରକାର ଶ୍ରୀ ପରିଜାଙ୍କୁ ଏଜି ଭାବେ ନିଯୁକ୍ତି ଦେଇଥିବା କୁହାଯାଉଛି। ଶ୍ରୀ ପରିଜା ୧୯୬୧ରେ ରାଜଧାନୀରେ ଜନ୍ମ ଗ୍ରହଣ କରିଥିଲେ। ଆଇନରେ ସ୍ନାତକ ପରେ ମାତ୍ର ୨୩ବର୍ଷ ବୟସରେ ସେ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ସେ ପୂର୍ବତନ ଏଜି ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଇନ ବୃତ୍ତି ଆରମ୍ଭ କରିଥିଲେ। ୨୦୦୩ରେ ଶ୍ରୀ ପରିଜା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ପାଇଥିଲେ।
ସୂଚନାଯୋଗ୍ୟ ଯେ ନିକଟରେ ଏଜି ସୂର୍ଯ୍ୟମଣି ମିଶ୍ର ବ୍ୟକ୍ତିଗତ କାରଣରୁ ପଦ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ରାଜ୍ୟ ସରକାରଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏହାକୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଶ୍ରୀ ପରିଜାଙ୍କୁ ଏଜି ଭାବେ ନିଯୁକ୍ତ ଦିଆଯାଇଛି।
ଦାୟିତ୍ବ ନିଷ୍ଠାର ସହିତ ନିର୍ବାହ କରିବି: ଅଶୋକ ପରିଜା
କଟକ: ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜାଙ୍କୁ ଆଡଭୋକେଟ ଜେନେରାଲ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ତାଙ୍କ ପ୍ରତି ଅସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବରିଷ୍ଠ ଆଇନଜୀବୀ ଶ୍ରୀ ପରିଜା କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଡଭୋକେଟ ଜେନେରାଲ ଭାବେ ସେ ନିଜ ଦାୟିତ୍ବ ନିଷ୍ଠାର ସହିତ ନିର୍ବାହ କରିବେ ବୋଲି ଶ୍ରୀ ପରିଜା ନିଜ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କ ଉପରେ ଯେଉଁ ବିଶ୍ବାସ ରଖି ଏହି ଦାୟିତ୍ବ ଦିଆଯାଇଛି ତାହା ବଜାୟ ରଖିବେ ବୋଲି ଶ୍ରୀ ପରିଜା କହିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ବରିଷ୍ଠ ଆଇନଜୀବୀ ଶ୍ରୀ ପରିଜା ଆଇନଜୀବୀ ଭାବେ ସାରା ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ବାର କାଉନସିଲ ଅଫ୍ ଇଣ୍ଡିଆ‌ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଓ ହାଇକୋର୍ଟ ବାର୍ ଆସୋସଏସନର ସଭାପତି ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି। ସୁ୍ପ୍ରିମକୋର୍ଟ ଓ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମୋକଦ୍ଦମା ପରିଚାଳନା କରି ଶ୍ରୀ ପରିଜା ସୁନାମ ଅର୍ଜନ କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories