www.samajalive.in
Wednesday, December 10, 2025
26.1 C
Bhubaneswar

ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ

ବଲାଙ୍ଗୀର : ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଅଗ୍ନି ନିରାପତ୍ତା ଆଇନକୁ ନେଇ ରାଜ୍ୟ ଅଗ୍ନିଶମ ବିଭାଗ ବେଶ ତତ୍ପରତା ପ୍ରକାଶ କରିଥିବା ବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ପରିସରରେ ଥିବା ପ୍ରସୂତି ଓ ଶିଶୁ ବିଭାଗ କୋଠାରେ ଏହାର ଖୋଲାଖୋଲି ଉଲଂଘନ ହେଉଥିବା ଦେଖିବାକୁ ମିଲିଛି । ନାମକୁ ମାତ୍ର ଅଗ୍ନି ନିର୍ବାପକ ଯନ୍ତ୍ର ଲାଗିଥିବା ବେଳେ କିଛି ମାସ ପୂର୍ବରୁ ଏହା ଏକ୍ସପାୟାର ହୋଇଯାଇଥିବା ଜଣାପଡିଛି ।  ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ସବୁ ଅଭିଯୋଗ ନେଇ ଅଗ୍ନିଶମ ବିଭାଗ ପାଖରେ ଖବର ଅଛି ସତ କିନ୍ତୁ ଏନେଇ ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସରକାରଙ୍କ ଅଧିନରେ ରହି ଶହ ଶହ ମା ଓ ଶିଶୁ ମାନଙ୍କ ଜୀବନ ସହ ଖେଳ ଖେଲିବା ସଙ୍ଗେସଙ୍ଗେ ନିୟମ କାନୁନକୁ ଦଲିଚକଟି ଦିଆଯାଉଥିବା ଅଭିଯୋଗ ହୋଇଛି ।
ଜିଲା ତଥା ଆଖପାଖ ଜିଲାର ଶହ ଶହ ଶିଶୁ ଓ ମହିଳା ରୋଗୀ ଏହି ବିଭାଗ ଉପରେ ନିର୍ଭର କରୁଥିବା ବେଳେ ରୋଗୀ ମାନଙ୍କ ସୁରକ୍ଷା ପ୍ରତି ସ୍ୱାସ୍ଥ୍ୟ ବିଭାଗ ଆଖି ବନ୍ଦ କରିଦେଇଥିବା ଗୁରୁତର ଅଭିଯୋଗ ହୋଇଛି । ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହୋଇଛି । ଯଦି ଡାକ୍ତରଖାନାରେ ନିଆଁ ଲାଗିଲା ତେବେ ରୋଗୀଙ୍କ ଜୀବନ ପ୍ରତି ଯଥେଷ୍ଟ ବିପଦ ରହିଛି । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଉକ୍ତ ପଞ୍ଚତାଲା କୋଠାର ସମସ୍ତ ଫ୍ଲୋରରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଯାଇଥିବା ଦେଖିବାକୁ ମିଲେ । ଏହା ସହିତ ବାଲଟି ମଧ୍ୟ ଝୁଲୁଥିବା ଦେଖିବାକୁ ମିଳେ । ଏହାକୁ ଦେଖିଲେ ଯେ କେହି କହିବ ଡାକ୍ତରଖାନାରେ ଅଗ୍ନି ସୁରକ୍ଷା ର ବନ୍ଦୋବସ୍ତ ରହିଛି । କିନ୍ତୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି ବାଲଟିରେ ପାଣି ଓ ବାଲି ବଦଳରେ ତାକୁ ଡଷ୍ଟବିନ୍ କରାଯାଇଛି ।
ରାଜ୍ୟ ଅଗ୍ନିଶମ ବିଭାଗ କୋଚିଂ ମାନଙ୍କରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରୁଥିବା ବେଳେ ଗତ ଦୁଇ ବର୍ଷ ତଳେ ଡାକ୍ତରଖାନା ମାନଙ୍କରେ ମଧ୍ୟ ସମାନ ଆଭିମୁଖ୍ୟ ଆପଣେଇଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଅଗ୍ନିଶମ ବିଭାଗର ବିଫଳତାର ଏକ ନଗ୍ନ ନମୁନା ହେଉଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଏମସିଏଚ୍ କୋଠା ବୋଲି ଅଭିଯୋଗ ହୋଇଛି । ତେବେ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ସହିତ ଶହ ଶହ ରୋଗୀ ମାନଙ୍କ ଜୀବନ ସହ ଖେଳ ଖେଳୁଥିବା ଡାକ୍ତରଖାନା ପ୍ରଶାସନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ତେବେ ଏନେଇ ବଲାଙ୍ଗିର ଅଗ୍ନିଶମ ଅଧିକାରୀ ଡାକ୍ତରଖାନା ପ୍ରଶାସନକୁ ନୋଟିସ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories