www.samajalive.in
Thursday, December 11, 2025
26.1 C
Bhubaneswar

ଅଭିନବ ଉପାୟରେ ସୁନା ଦୋକାନରୁ ଲୁଟ ଅଭିଯୋଗ

କଳାବାଡ଼ିଆ : ମୟୂରଭଞ୍ଜ ଜିଲା କୁଳିଅଣା ବଜାରରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। କୁଳିଅଣା ବଜାରରେ ଥିବା ଏକ ସୁନା ଦୋକାନରୁ ୫ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅପରାହ୍ନରେ ୨ ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଆସି ଦୋକାନୀଙ୍କୁ ଡ଼େଉଁରିଆ ମାଗିଥିଲେ। ଡ଼େଉଁରିଆ ନେବା ପରେ ଦୁର୍ବୃତ୍ତମାନେ ଦୋକାନୀଙ୍କୁ ୧୦୦ ଟଙ୍କିଆ ଦେଇଥିଲେ। ଦୋକାନୀଙ୍କ ଅଭିଯୋଗ କ୍ରମେ ସେହି ୧୦୦ ଟଙ୍କିଆ ନୋଟଟିକୁ ଆଖି ସମ୍ମୁଖକୁ ନେଇ ପରଖିବା ସମୟରେ ତାଙ୍କୁ ଆଉ କିଛି ଦେଖାଯାଇଥିଲା। ନୋଟରେ ଲାଗି ଥିବା କେମିକାଲ କାରଣରୁ ଏଭଳି ଘଟିଥିବା କୁହାଯାଉଛି। ଏହି ସମୟର ସୁଯୋଗ ନେଇ ଲୁଟେରା ଦ୍ୱୟ ଦୋକାନ ସୋ କେସ୍‍ ଭିତରେ ଥିବା ୬ଟି ସୁନାହାର ସହ ଅନ୍ୟ ଗହଣାକୁ କାଢି ନେଇ ଫେରାର ହୋଇଯାଇଥିଲେ। ନୋଟରେ ଥିବା କେମିକାଲର ପ୍ରଭାବ କମିବା ପରେ ଦୋକାନୀ ଜଣକ ଲୁଟ ବିଷୟରେ ଜାଣି ପାରି କୁଳିଅଣା ଥାନା ପୁଲିସକୁ ଖବର ଦେଇଥିଲେ। ଏହାପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୋକାନରେ ଥିବା ସିସିଟିଭି ଯାଞ୍ଚ କରି ଏହି ଲୁଟେରାଙ୍କ ଲୁଟ ବିଷୟରେ ଜାଣିଥିଲେ। ସିସିଟିଭି ଫୁଟେଜରୁ ଲୁଟେରାଙ୍କ ଫଟୋ କାଢି ସମସ୍ତ ଥାନାକୁ ପଠାଇବା ସହ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାଣି ରଖିଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories