www.samajalive.in
Thursday, December 11, 2025
18.1 C
Bhubaneswar

ପୁଅ,ଝିଅ ଓ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ମେହରୁଲି ଅଞ୍ଚଳରେ ସ୍ବାମୀ ତାର ପତ୍ନୀ, ଦୁଇ ପୁଅ ଓ ଜଣେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାରୀ ସ୍ବାମୀ ଉପେନ୍ଦ୍ର ଶୁକ୍ଳା ଜଣେ ଘରୋଇ ଟ୍ୟୁସନ ଶିକ୍ଷକ। ପୁଲିସ କହିବା ଅନୁଯାୟୀ ଶୁକ୍ରବାର ରାତିରେ ଶୁକ୍ଳା ତାର ପତ୍ନୀ, ୭ବର୍ଷ ଓ ୫ବର୍ଷର ଦୁଇ ପୁଅ ଓ ଦୁଇମାସର ଝିଅକୁ ଗଳାକାଟି ହତ୍ୟା କରିଥିଲା। ପରିବାର ସହିତ ଶୁକ୍ଳା ଗୋଟିଏ କୋଠରିରେ ଶୋଇଥିବାବେଳେ ଅନ୍ୟ କୋଠରିରେ ତାଙ୍କ ଶାଶୂ ଥିଲେ। ଶନିବାର ସକାଳେ ଶୁକ୍ଳା କୋଠରି କବାଟ ନ ଖୋଲିବାରୁ ଶାଶୁ ପଡୋଶୀଙ୍କୁ ଜଣାଇଥିଲେ। ପଡୋଶୀ କବାଟ ଭାଙ୍ଗିବା ପରେ ଶୁକ୍ଳାଙ୍କୁ ପତ୍ନୀ ଓ ପିଲାଙ୍କ ମୃତଦେହ ନିକଟରେ ବସିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା।

Pic. Credit : ndiatoday.in    Upendra Shukla with his wife (file photo)

ପତ୍ନୀ ଓ ପିଲାଙ୍କୁ ହତ୍ୟା କରିଥିବା ନେଇ ଶୁକ୍ଳା ସ୍ବୀକାର କରିଥିବାର ଏକ ଲିଖିତ ନୋଟ ପୁଲିସ ଜବତ କରିଥିଲା। ତେବେ ହତ୍ୟାର କାରଣ ସମ୍ପର୍କରେ ସେ ଉଲ୍ଲେଖ କରି ନାହାନ୍ତି। ପୁଲିସ କହିବା ଅନୁଯାୟୀ ଅବସାଦ କାରଣରୁ ଶୁକ୍ଳା ଏପରି ହତ୍ୟାକାଣ୍ଡ ଘଟାଇଛନ୍ତି। ତେବେ ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି। ହତ୍ୟାରେ ବ୍ୟବହୃତ ଛୁରୀକୁ ପୁଲିସ ଜବତ କରିଥିବାବେଳେ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories