www.samajalive.in
Sunday, December 7, 2025
16.1 C
Bhubaneswar

ଖୁବ୍ ଉପକାରୀ ଟମାଟୋ ଜୁସ୍

ସାଧାରଣତଃ ଯେଉଁ ପରିବା ସମସ୍ତଙ୍କ ଘରେ ପ୍ରାୟ ସବୁବେଳେ ଉପଲବ୍ଧ ଥାଏ ତାହା ହେଉଛି ଟମାଟୋ। ପ୍ରାୟତଃ ସବୁ ତରକାରୀ ପ୍ରସ୍ତୁତି ବେଳେ ଏହା ଆବଶ୍ୟକ ପଡ଼ିଥାଏ। ମାତ୍ର କିଛି ଲୋକ ଟମାଟୋ ଖାଇବାକୁ ପସନ୍ଦ କରି ନଥା’ନ୍ତି। କିନ୍ତୁ ସେମାନେ ଜାଣି ନଥା’ନ୍ତି ଯେ, ଅଜାଣତରେ ସେ କେତେ ବଡ଼ ଭୁଲ୍ କରୁଛନ୍ତି। ଟମାଟୋରେ ଏପରି ପୋଷକତତ୍ତ୍ବ ରହିଥାଏ ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ଅନେକ ରୋଗରୁ ରକ୍ଷା କରିଥାଏ। ନିୟମିତ ଟମାଟୋ ଜୁସ୍ ପିଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଟମାଟୋ ଜୁସର ଉପକାରୀତା ବିଷୟରେ-

ବର୍ତ୍ତମାନ ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ସମସ୍ୟାରେ ପୀଡ଼ିତ। ଏହି ସମସ୍ୟାରେ ପୀଡ଼ିତ ଥିବା ଲୋକମାନେ ବିନା ଲୁଣରେ ଟମାଟୋ ଜୁସ୍ ପିଇବା ବହୁତ ଲାଭକାରୀ ହୋଇଥାଏ। ଏହା ବ୍ୟତୀତ ଟମାଟୋ ଜୁସ୍ ହୃଦୟ ସମ୍ବନ୍ଧିତ ସମସ୍ୟା ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ପାଖାପାଖି ୧୮୪ ଜଣ ପୁରୁଷ ଏବଂ ୨୯୭ ଜଣ ମହିଳାଙ୍କୁ ବିନା ଲୁଣରେ ଟମାଟୋ ଜୁସ୍ ପିଇବାକୁ ଦିଆଯାଇଥିଲା। ଏହି ଗବେଷଣାର ଶେଷରେ ଉଚ୍ଚ ରକ୍ତ ଚାପରେ ପୀଡ଼ିତ ଥିବା ଲୋକମାନଙ୍କର ୯୪ ପ୍ରତିଶତ ସମସ୍ୟା କମ୍ ହୋଇଯାଇଥିଲା। ଅନ୍ୟ ଏକ ଗବେଷଣାରୁ ମଧ୍ୟ ଜାଣିବାକୁ ମିଳିଛି କୋଲେଷ୍ଟ୍ରଲରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଜୁସ୍ ଖୁବ୍ ଲାଭଦାୟକ। ଏହାକୁ ପିଇବା ଦ୍ବାରା କୋଲେଷ୍ଟ୍ରଲ କମ୍ ହୋଇଥାଏ।

- Advertisement -

ଟମାଟୋ ଜୁସରେ ଭିଟାମିନ-ସି, ବାୟୋଲୋଜିକାଲ ସୋଡିୟମ, ଫସଫରସ, କ୍ୟାଲସିୟମ, ପୋଟାସିୟମ ଏବଂ ସଲଫର ରହିଥାଏ। ଯାହା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ଜୁସରେ ଥିବା ପୋଷକ ତତ୍ତ୍ବ କର୍କଟ ଭଳି ପ୍ରାଣଘାତୀ ରୋଗକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଏହି ଜୁସ୍ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ। ଏହା ବ୍ୟତୀତ ଟମାଟୋ ଜୁସ୍ ମାଂସପେଶୀରେ ଦେଖାଯାଉଥିବା ସମସ୍ୟାକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories