www.samajalive.in
Tuesday, December 9, 2025
16.1 C
Bhubaneswar

୫୪ କୋଟି ଟଙ୍କାରେ ନିଲାମ ହେଲା ନିଜାମଙ୍କ ହୀରା ମୁଦି

ହାଇଦରାବାଦ/ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସହରରେ ପ୍ରସିଦ୍ଧ ଭାରତୀୟ ଅଳଙ୍କାରର ନିଲାମ ହୋଇଛି। ଏହି ନିଲାମର ମୁଖ୍ୟ ଆକର୍ଷଣ ଥିଲା ହାଇଦରାବାଦ ନିଜାମ ମୀର ଉସ୍ମାନ ଅଲ୍ଲୀଙ୍କ ହୀରା ମୁଦି, ହାର ଏବଂ ଖଣ୍ଡା।
ନିଜାମଙ୍କ ୫୨.୫୮ କ୍ୟାରେଟର ହୀରା ମୁଦି ‘ମିରର ଅଫ ପାରାଡାଇଜ’ ୪୫ କୋଟି ଟଙ୍କାରେ ଓ ତାଙ୍କ ଖଣ୍ଡା ୧୩.୪ କୋଟି ଟଙ୍କାରେ ନିଲାମ ହୋଇଛି। ‘ମିରର ଅଫ ପାରାଡାଇଜ’ ମୁଦିରେ ଲାଗିଥିବା ହୀରା ଗୋଲକୁଣ୍ଡାର ବିଶ୍ୱପ୍ରସିଦ୍ଧ ଖାଦାନରୁ ମିଳିଥିଲା। ସେହିପରି ୩୩ଟି ହୀରାକୁ ନେଇ ନିର୍ମିତ ନିଜାମଙ୍କ ହାର ୧୭ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ହାର ୧୦.୫ କୋଟି ଟଙ୍କାରେ ନିଲାମ ହବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଅନୁମାନଠାରୁ ଏହା ଅଧିକ ୬.୫ କୋଟି ଟଙ୍କାରେ ବିକ୍ରି ହୋଇଛି। ନିଜାମଙ୍କ ୧୭ କ୍ୟାରେଟର ଅର୍କାଟ-୨ ହୀରା ୨୩.୫ କୋଟି ଟଙ୍କାରେ ନିଲାମ ହୋଇଛି। କ୍ରିଷ୍ଟ ନିଲାମ ସଂସ୍ଥା ପକ୍ଷରୁ ଏହି ନିଲାମ ପ୍ରକ୍ରିୟା ସଂଚଳାନ କରାଯାଇଥିଲା। ଏଥିରେ ଭାରତୀୟ କଳାକୃତି ଏବଂ ମୋଗଲ କାଳର ୪୦୦ଟି ବସ୍ତୁ ୭୫୮ କୋଟି ଟଙ୍କାରେ ନିଲାମ ହୋଇଛି। ୧୨ ଘଣ୍ଟା ଧରି ଚାଲିଥିବା ଏହି ନିଲାମରେ ଭାରତ ସମେତ ୪୪ଟି ଦେଶର ଲୋକ ସାମିଲ ହୋଇଥିଲେ। ଏହି ନିଲାମରେ ହାଇଦରାବାଦ ନିଜାମଙ୍କ ପରିବାର, ଜୟପୁର, ଇନ୍ଦୋର, ବଡ଼ୋଦରାର ରାଜ ପରିବାର ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories