www.samajalive.in
Saturday, December 13, 2025
21.1 C
Bhubaneswar

ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ରୁଷକୁ ଆମନ୍ତ୍ରଣ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ :  ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ୍‍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୁଧବାର ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତ ଏବଂ ରୁଷ ମଧ୍ୟରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନୂଆ ସମ୍ଭାବନା ଖୋଜିବା ସହ ସହଯୋଗ ପାଇଁ ଗୁରୁତ୍ୱଆରୋପ କରାଯାଇଥିଲା । ଆଗାମୀ ଦିନରେ ଭାରତରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ କରିବା ପାଇଁ ରୁଷର କମ୍ପାନୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ଟ୍ୱିଟର ମାଧ୍ୟମରେ ଶ୍ରୀ ପ୍ରଧାନ ଜଣାଇଛନ୍ତି । ଏହାସହ ଭାରତ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ରୁଷରେ ପୁଞ୍ଜି ନିବେଶ କରିବା ପାଇଁ ଇଚ୍ଛୁକ ଥିବା ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

Image Credit : PIB

ପୂର୍ବ ରୁଷରୁ ଭାରତର ପୂର୍ବତଟ ପର୍ଯ୍ୟନ୍ତ ନୌ-ମାର୍ଗ ପ୍ରତିଷ୍ଠା ହେଲେ ଉର୍ଜା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ବୈଠକରେ ଆଲୋକପାତ କରାଯାଇଥିଲା । ଏହାବ୍ୟତୀତ ଏହି ବୈଠକରେ ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ.ଇ ତୃଟନେଭ ସେପ୍ଟେମ୍ବର ୧୯ରେ ଭ୍ଲାଡିଭୋଷ୍ଟୋକରେ ଅନୁଷ୍ଠିତ ହେବାକୁ ଥିବା ୫ତମ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ଉପରେ ଅବଗତ କରାଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories