www.samajalive.in
Monday, December 8, 2025
13.1 C
Bhubaneswar

ନୀତୀଶଙ୍କ ନିଦ ଭାଙ୍ଗିଲା, ୧୦୮ ଶିଶୁଙ୍କ ମୃତ୍ୟୁ ପରେ ମୁଜଫରପୁରରେ ପହଞ୍ଚିଲେ

ପଟନା: ବିହାରର ମୁଜଫରପୁରରେ ଏନସେଫାଲାଇଟିସ ଜ୍ଵରରେ ଆକ୍ରାନ୍ତ ହୋଇ ଜଣକ ପରେ ଜଣେ ଶିଶୁ ଆଖି ବୁଜିବାରେ ଲାଗିଛି। ହେଲେ ରାଜ୍ୟ ସରକାର କିମ୍ବା ପ୍ରଶାସନର କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହି ରୋଗରେ ୧୦୮ ଶିଶୁଙ୍କ ପ୍ରାଣ ଯିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିଦ ଭାଙ୍ଗିଛି। ମଙ୍ଗଳବାର ସେ ମୁଜଫରପୁର ଗସ୍ତ କରିବା ସହ ସ୍ଥାନୀୟ ଶ୍ରୀକୃଷ୍ଣା ମେଡିକାଲ କଲେଜ ହାଣ୍ଡ ହସ୍ପିଟାଲକୁ ଯାଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି। କିନ୍ତୁ ସରକାରଙ୍କ ନିଷ୍କ୍ରିୟତା ଯୋଗୁ ମୁଜଫରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପଟେ ଶିଶୁମାନେ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସେଠାରେ ଆବଶ୍ୟକ ସୁବିଧା ନ ଥିବା ଏବଂ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

ତେବେ ଏନସେଫାଲାଇଟିସ ରୋଗରେ ଲଗାତାର ଶିଶୁଙ୍କ ମୃତ୍ୟୁ ଘଟୁଥିବାବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଚୁପ ରହିଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ସୋମବାର ବିହାରର ଜଣେ ମନ୍ତ୍ରୀଙ୍କୁ ଯେତେବେଳେ ପଚରାଗଲା ଯେ, ନୀତୀଶ କୁମାର ହସ୍ପିଟାଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ କି, ସେତେବେଳେ ସେ ଉତ୍ତର ଦେଲେ ଯେ, ମୁଖ୍ୟମନ୍ତ୍ରୀ ସବୁ ପ୍ରସଙ୍ଗ ଉପରେ ନଜର ରଖିଛନ୍ତି। ହସ୍ପିଟାଲ ଯାଇ ରୋଗୀଙ୍କ ଅବସ୍ଥା ଦେଖିବା ଏବଂ ସେମାନଙ୍କୁ ଭେଟିବା କ’ଣ ଦରକାର ? ଜଣେ ମନ୍ତ୍ରୀଙ୍କ ଏଭଳି ସମ୍ବେଦନହୀନ ମନ୍ତବ୍ୟକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଛି। ଶିଶୁ ମୃତ୍ୟୁକୁ ନେଇ ଆରଜେଡିର ଛାତ୍ର ସଂଗଠନ ପକ୍ଷରୁ ନିତିଶ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories