www.samajalive.in
Thursday, December 11, 2025
13.1 C
Bhubaneswar

ମାଲେସିଆରେ ରଜ ପାଳିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, : ଓଡ଼ିଶାର ଗଣପର୍ବ କୁହାଯାଉଥିବା ରଜ ପର୍ବ ଯେ ଖାଲି ଓଡ଼ିଶାରେ ପାଳିତ ହୁଏ, ତାହା ନୁହେଁ। ବରଂ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ପାଳିତ ହୋଇଛି। ଓଡ଼ିଶା ଠାରୁ ହଜାର ହଜାର ମାଇଲ୍‍ ଦୂର ମାଲେସିଆରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏହି ରଜ ପର୍ବ ବେଶ୍‍ ସମାରୋହରେ ପାଳନ କରିଛନ୍ତି। କାକରା, ପୋଡ ପିଠା ଓ ମିଠା ପାନ ସହିତ ନାଚ ଗୀତରେ ଏହି ରଜ ପର୍ବ ପାଳନ କରି ଓଡ଼ିଶା ବାହାରେ ରହି ବି ରଜ ପର୍ବକୁ ବେଶ୍‍ ସ୍ମରଣୀୟ କରିଛନ୍ତି ଏମାନେ।
ମାଲେସିଆର ରାଜଧାନୀ କୁଆଲାଲାମ୍ପୁରଠାରେ ରହୁଥିବା ଶହ ଶହ ଓଡ଼ିଆ ରଜ ସଂକ୍ରାନ୍ତି ଅବସରରେ ଏକତ୍ର ହୋଇଥିଲେ। ସ୍ଥାନୀୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଡିଆ କଲଚରାଲ ସେଣ୍ଟର ଠାରେ ଆୟୋଜିତ ଏହି ରଜ ଉତ୍ସବ କାର୍ଯ୍ୟକ୍ରମରେ ପ୍ରଥମେ ଖାଦ୍ୟପେୟର ଆସର ଜମିଥିଲା। ମିଠା ପାନ ସାଙ୍ଗକୁ ପୋଡ ପିଠା, ଛେନାପୋଡ, ଦହିବରା, କାକରା ଆଦି ଖାଦ୍ୟ ଖାଇବା ସହିତ ଆରମ୍ଭ ହୋଇଥିଲା ରଜ ପର୍ବ। ଏହି ଅବସରର ମହିଳାମାନେ ‘ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ…’ ଗୀତ ଗାଇ ସମସ୍ତଙ୍କ ମନ ମୋହିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ପ୍ରବାସୀ ଓଡ଼ିଆ ସଂଗଠନର ସଭାପତି ଦୀପ୍ତିରଞ୍ଜନ ନନ୍ଦ ଓ ସ୍ନିଗଧା ମିଶ୍ର ପ୍ରମୁଖ ମାଲେସିଆରେ ରହୁଥିବା ଓଡ଼ିଆଙ୍କ ସଂଗଠନ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ରଜ ପର୍ବ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହହାପରେ ନାଚଗୀତର ଆସ ଜମିଥିଲା। ମହିଳାମାନେ ସମ୍ବଲପୁରୀ ନୃତ୍ୟ ପିଞ୍ଜିରି ପିଞ୍ଜା, ରିମ୍‍ ଝିମ୍‍ ପାନି ବରଷୁଥିଲା, ମୁଇଁ ଯାଇଥିଲି ବରଗଡ ହାଟକୁ ଆଦି ଗୀତରେ ନୃତ୍ୟ ପରିବେଷଣ କରିଥିବା ବେଳେ ଓଡ଼ିଆ ସିନେମା ଗୀତ ମଲକା ମଳକା ଗୀତରେ ମଞ୍ଚ ଦୁଲୁକେଇଥିଲେ। ସେହିପରି ହିନ୍ଦୀ ଗୀତ ମୁଙ୍ଗୁଡା, ଲଡକି ଆଖ୍‍ ମାରେ… ଭଳି କିଛି ଗୀତରେ ନାଚିଥିଲେ। ସେହିପରି ପୁରୁଷମାନେ ଟିକ୍‍ ଟିକ୍‍ ଟିକ୍‍ ଟିକ୍‍ ଘଣ୍ଟା ଚାଲେ, ଆମେ ସବୁ ବେକାର ଟୋକା, ଆଜି ମୁଁ ପିଇନି ଆଦି ପରି… ଚର୍ଚ୍ଚିତ ଓଡ଼ିଆ ଗୀତରେ ନାଚିଥିବା ବେଳେ ଏହି ନାଚର କୋରିଓଗ୍ରାଫି ବେଶ୍‍ ପ୍ରଶଂନୀୟ ଥିଲା। ସେହିପରି ଛୋଟ ଛୋଟ ପିଲାମାନେ ମେୟା ଯଶୋଦା, ଘୁମର, ଭାରତ ନାଟ୍ୟମ, ଓଡ଼ିଶୀ ଏବଂ ବଲିଉଡ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଓଡ଼ିଆମାନେ ନିଜ ମାତୃଭୂମିର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଉତ୍କଳ କ୍ରିକେଟ ଟିମ୍‍ ଓ ୟଙ୍ଗ ଆଚିଭର୍ସ ଟିମ୍‍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଣତୀ ମିଶ୍ର ପରିଚାଳନା କରିଥିଲେ।
ଫଟୋ ଅଛି

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories