www.samajalive.in
Wednesday, December 10, 2025
26.1 C
Bhubaneswar

ପାହାଡ଼ ଉପରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ବାମ ପଞ୍ଚାୟତର ଚାଉଳିଆଝରଣ ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ପାନ ହେମ୍ବ୍ରମ(୨୦) । ଶନିବାର ପୂର୍ବାହ୍ନରେ କେତେକେ ଛେଳି ଚରାଳି ଗ୍ରାମ ପାଖ ବନ୍ଧ ମୁଣ୍ଡିଆ ପାହାଡ ଉପରେ ଝୁଲନ୍ତା ମୃତଦେହ ଦେଖି ଗ୍ରାମରେ କହିଥିଲେ। ପରେ ମୃତ ମହିଳାଙ୍କ ଶ୍ବଶୁର ମୃତଦେହ ଚିହ୍ନଟ କରି ପୁଲିସକୁ ଖବର ଦେଇଥିଲେ। ମହିଳା ଜଣଙ୍କର ନିଜ ପିନ୍ଧା ଲୁଗାରେ ବେକରେ ରଶି ଲାଗିଥିବା ଦେଖାଯାଇଥିଲା। ମୃତ ମହିଳାଙ୍କର ୮ମାସର ଏକ ଶିଶୁକନ୍ୟା ଥିବାବେଳେ ତାଙ୍କ ସ୍ବାମୀ କେରଳର ଏକ ଘରୋଇ କମ୍ପାନୀରେ ଦିନମଜୁରିଆ ଭାବେ କାର୍ୟ୍ୟରତ ଥିବା ସୂଚନା ମିଳିଛି।
ସୂଚନା ମୁତାବକ, ପହିଲି ରଜ ପାଳିବା ପାଇଁ ମହିଳା ଜଣଙ୍କ ୮ମାସର ଶିଶୁକନ୍ୟାକୁ ଘରେ ଶୁଆଇ ଦେଇ ପାଖ ଗ୍ରାମକୁ କୁକୁଡ଼ା ମାଂସ କିଣିବାପାଇଁ ସାଇକେଲ ଯୋଗେ ଯିବା ବାଟରେ କିଛି ଦୁର୍ବୃତ୍ତ ମହିଳାଙ୍କୁ ଟେକି ନେଇ ବଳାତ୍କାର କରି ମାରିଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories