www.samajalive.in
Monday, December 8, 2025
20.1 C
Bhubaneswar

ନରମିଲେ ମମତା, ଆନ୍ଦୋଳନରତ ଡାକ୍ତରଙ୍କ ସମସ୍ତ ସର୍ତ୍ତ ମାନିବା ସହ କାମରେ ଯୋଗଦେବାପାଇଁ ଅନୁରୋଧ କଲେ

କୋଲକତା . -ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବା ସହ ସେମାନଙ୍କ ସମସ୍ତ ସର୍ତ୍ତ ମାନି ନେଇଥିବା କଥା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଡାକ୍ତରଙ୍କ ପ୍ରତି ସେ କୌଣସି ବଳ ପ୍ରୟୋଗ କରିବେ ନାହିଁ ବୋଲି କହିଛନ୍ତି । ସେ କଥାବାର୍ତ୍ତା ପାଇଁ ଅପେକ୍ଷା କରିଥିବା କଥା କହିଛନ୍ତି। ମାତ୍ର କଲିକତାରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ କଥାବାର୍ତ୍ତା ପାଇଁ ମନା କରିଦେଇଥିଲେ । କିଛି ଡାକ୍ତରଙ୍କୁ ତୃଣମୂଳ କଂଗ୍ରେସର ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ପରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ଆନ୍ଦୋଳନକୁ ଦେଶ ସାରା ଡାକ୍ତରମାନେ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ । ଆକ୍ରମଣରେ ଆହତ ହୋଇଥିବା ଡାକ୍ତରମାନଙ୍କୁ ମମତା ବାନାର୍ଜୀ ଦେଖା କରିବା ପାଇଁ ଯାଇ ପାରନ୍ତି ।

- Advertisement -

ଆହତ ହୋଇଥିବା ଡାକ୍ତରମାନଙ୍କୁ ବିଭିନ୍ନ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୫ ଦିନ ପାଇଁ ପଶ୍ଚିମବଙ୍ଗରେ ଡାକ୍ତରମାନେ ଆନ୍ଦୋଳନରେ ବସିଛନ୍ତି । ଜଣେ ରୋଗୀଙ୍କର ହୃଦଘାତରେ ମୃତ୍ୟୁପରେ ତାଙ୍କର ସମ୍ପର୍କୀୟମାନେ ଦୁଇଜଣ ଜୁନିୟର ଡାକ୍ତରଙ୍କୁ ନିସ୍ତୁକ ପିଟିଥିଲେ । ଏହାପରେ ଦୁଇଜଣ ଡାକ୍ତର ଗୁରୁତର ହୋଇଥିଲେ । ଏହାପରଠାରୁ ଡାକ୍ତରଖାନାରେ ସଶସ୍ତ୍ର ପୁଲିସ ମୁତୟନ ପାଇଁ ଡାକ୍ତରମାନେ ଦାବି କରିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories