www.samajalive.in
Thursday, December 11, 2025
13.1 C
Bhubaneswar

ପାହାଡି ପୂଜାରେ ଦେବୀ ପିଠ ହେଲା ରକ୍ତ ରଞ୍ଜିତ

କଳାବାଡିଆ, ଦ୍ୱାରଶୁଣି : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ କୁମ୍ଭାରମୁଣ୍ଡାକଟା ଓ କଳାବାଡିଆ ପଞ୍ଚାୟତ ସୀମାରେ ମାଆ ଆମ୍ବିଳିପାଟ ଦେବୀଙ୍କ ପାହାଡି ପିଠ ଅବସ୍ଥିତ। ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଆମ୍ବିଳିପାଟ ଦେବୀଙ୍କ ପାହାଡି ପୂଜାରେ ୧୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାବେଶ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପଶୁ ବଳିରେ ଦେବୀପିଠ ରକ୍ତ ରଞ୍ଜିତ ହୋଇଥିଲା। ଶତାଧିକ ଛେଳି ଓ କୁକୁଡ଼ା ଏଠାରେ ବଳି ଦିଆଯାଇଥିଲା। ୨୨ମୌଜା ଅଧିଷ୍ଠିତ ଦେବୀ ମାଁ ଆମ୍ବିଳିପାଟ ଦେବୀ କେଉଁ ଆବାହ କାଳରୁ ଏହି ପାହାଡିରେ ପୂଜା ପାଉଛନ୍ତି। ସଂକ୍ରାନ୍ତି ଓ ପୁର୍ଣ୍ଣିମାରେ ଦେବୀ ଏହି ପାହାଡିରେ ପୂଜା ପାଉଥିବା ବେଳେ ଅନ୍ୟ ଦିନରେ ଦେବୀ ଜଗନ୍ନାଥଖୁଣ୍ଟା ଗ୍ରାମରେ ଥିବା ପିଠରେ ପୂଜା ପାଇଥାନ୍ତି। ରଜ ସଂକ୍ରାନ୍ତି ଦିନ ପ୍ରଥମେ ବ୍ରାହ୍ମଣ ପୂଜା ଅର୍ଚ୍ଚନା କରିବା ପରେ ଦେହୁରୀ ମାଆଙ୍କୁ ପୂଜା କରିବା ସହିତ ବଳି ଦେଉଥିବାର ଦେଖିବାକୁ ମିଳିଛି । ଏଠାରେ ଯିଏ ଯାହା ମାନସିକ କରିଥାଏ ନିଶ୍ଚିତ ମାନସିକ ପୂରଣ ହୁଏ ବୋଲି ଭକ୍ତ ମାନଙ୍କର ମନରେ ଦୃଢ ବିଶ୍ବାସ ରହିଛି। ତେବେ ପଶୁବଳିକୁ ରୋକିବା ପାଇଁ କେହି ମଧ୍ୟ ଆଜି ପର୍ୟ୍ୟନ୍ତ ସାହସ କରିନଥିବା ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories