www.samajalive.in
Monday, December 8, 2025
14.1 C
Bhubaneswar

ବିସ୍କେକରେ ଜିନପିଙ୍ଗ-ମୋଦୀ ସାକ୍ଷାତକାରରେ ଉଠିଲା ମସୁଦ ଆଝାର ଓ ପାକିସ୍ତାନ ପ୍ରସଙ୍ଗ

ବିସ୍କେକ : କିର୍ଗିଜସ୍ଥାନର ରାଜଧାନୀ ବିସ୍କେକଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସ୍‍ସିଓ) ଶିଖର ସମ୍ମିଳନୀ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳସ୍ତରୀୟ ସାକ୍ଷାତ ଆଲୋଚନା ହୋଇଛି। ଏହି ବୈଠକରେ ମୋଦୀ ବିଶ୍ୱ ଆତଙ୍କବାଦୀ ଘୋଷିତ ମସୁଦ ଆଝାର ଓ ପାକିସ୍ତାନ ପ୍ରସଙ୍ଗ ଉଠାଇଥିଲେ। ପରେ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ ।
ବିଦେଶ ସଚିବ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଳମ୍ବିତ ହୋଇ ପଡିରହିଥିବା ବ୍ୟାଙ୍କ ଅଫ ଚାଇନା ଶାଖା ଭାରତରେ ଖୋଲିବା ଓ ମସୁଦ ଆଝାର ପ୍ରସଙ୍ଗ ଉଠାଇଥିଲେ। ବୈଠକରେ ପାକିସ୍ତାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାକିସ୍ତାନ ସହ ମିଶି ଆଗକୁ ବଢିବାକୁ ପ୍ରୟସା କରାଯାଇଥିଲେ ବି ତାହା ସଫଳ ହୋଇନାହିଁ। ପାକିସ୍ତାନ ଆତଙ୍କବାଦର ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ପାକିସ୍ତାନ ବିରୋଧରେ ଆମେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛୁ।
ଏହାପରେ ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଏହି ବୈଠକରେ ମୋଦୀ ଅମେଠିରେ ରାଇଫଲ ନିର୍ମାଣ କାରଖାନା ପ୍ରତିଷ୍ଠା କରିବାରେ ସହଯୋଗ ପାଇଁ ପୁଟିନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଚୀନ ନେତୃତ୍ୱାଧୀନ ଏସ୍‍ସିଓରେ ୮ ସଦସ୍ୟ ଅଛନ୍ତି। ଏହି ସଂଗଠନରେ ଆର୍ଥିକ ଓ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥାଏ। ୨୦୧୭ରେ ଭାରତ ଓ ପାକିସ୍ତାନକୁ ଏହି ସଂଗଠନରେ ସାମିଲ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories