ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ପାଠ୍ୟକ୍ରମ ଲାଗୁ କରାଯିବ। ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଗୁରୁବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ନେଇ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏକକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଫଳପ୍ରଦ ହେବ ଏବଂ ଏହାଦ୍ବାରା ଶିକ୍ଷାର ଗୁଣାତ୍ମକ ମାନ ବଢିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହାସହିତ ରାଜ୍ୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି। ସେହିପରି ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ରାଜ୍ୟର ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଯୋଗାଇ ଦିଆଯିବ। ତେବେ ଏଥିପାଇଁ ଏପର୍ଯ୍ୟନ୍ତ ୮୬ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଚଳିତ ଶିକ୍ଷା ବର୍ଷରୁ ବିଶ୍ୱବିଦ୍ୟାଳୟରେ ଲାଗୁହେବ ଏକକ ପାଠ୍ୟକ୍ରମ : ଉଚ୍ଚଶିକ୍ଷା ମନ୍ତ୍ରୀ
Popular Categories



