www.samajalive.in
Thursday, December 11, 2025
16.1 C
Bhubaneswar

ମୋଦୀ ଅଛନ୍ତି ତ ସମ୍ଭବ: ଆମେରିକା ବୈଦେଶିକ ମନ୍ତ୍ରୀ

ୱାଶିଂଟନ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଲୋକପ୍ରିୟ ସ୍ଳୋଗାନ ଥିଲା ‘ମୋଦୀ ହୈ ତୋ ମୁମକିନ ହୈ’। ଅର୍ଥାତ ମୋଦୀ ଅଛନ୍ତି ତ ସମ୍ଭବ। ଏହି ସ୍ଳୋଗାନକୁ ଏବେ ଦୋହରାଇଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ। ଭାରତ ସହିତ ଆମେରିକାର ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ପମ୍ପିଓ ମତ ଦେବା ସହିତ ‘ମୋଦୀ ଅଛନ୍ତି ତ ସମ୍ଭବ’ ବୋଲି କହିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରିବାକୁ ମୋଦୀ ଏବଂ ଟ୍ରମ୍ପ ପ୍ରଶାସନ ନିକଟରେ ଏକ ସ୍ବତନ୍ତ୍ର ସୁଯୋଗ ରହିଛି ବୋଲି ସେ ଭାରତ-ଆମେରିକା ବ୍ୟାପାର ପରିଷଦ ବୈଠକରେ ଯୋଗଦେଇ କହିଛନ୍ତି।

ଆସନ୍ତା ୨୪ ତାରିଖରେ ପମ୍ପିଓ ଭାରତ ଗସ୍ତରେ ଆସିବେ। ଏହା ପୂର୍ବରୁ ଏଠାରେ ଅନୁଷ୍ଠିତ ଭାରତ-ଆମେରିକା ପରିଷଦ ବୈଠକରେ ପମ୍ପିଓ କହିଛନ୍ତି, ସେ ଦେଖିବାକୁ ଚାହୁଁଛନ୍ତି ଯେ ମୋଦୀ କିପରି ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଦୃଢ଼ କରୁଛନ୍ତି। ଏହା ସହିତ ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କୁ ପମ୍ପିଓ ନିଜର ମଜଭୁତ ସାଥୀ ବୋଲି ଦର୍ଶାଇ ତାଙ୍କୁ ଭେଟିବାକୁ ଉତ୍ସାହିତ ଥିବା କହିଛନ୍ତି।

- Advertisement -

ପମ୍ପିଓ କହିଥିଲେ, ମୋଦୀ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ‘ମୋଦୀ ହୈ ତୋ ମୁମକିନ ହୈ’। ମୁଁ ଏହା ଜାଣିବାକୁ ଉତ୍ସୁକ ଅଛି କି ଆମେରିକା ଏବଂ ଭାରତ ମଧ୍ୟରେ କ’ଣ ସମ୍ଭବ ହୋଇପାରିବ। ମୋର ଆଶା ରହିଛି ଯେ ମୋଦୀ ଆମେରିକା ସହିତ ସମ୍ପର୍କକୁ ମଜଭୁତ କରିବେ। ଭାରତ ଗସ୍ତ  ସମମୟରେ ଟ୍ରମ୍ପ ପ୍ରଶାସନର ମହତ୍ଵାକାଂକ୍ଷୀ ଏଜେଣ୍ଡା ଉପରେ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗରେ କିଛିଟା ଅନ୍ତର ରହିଛି। କିନ୍ତୁ ଆମେ କଥାବାର୍ତ୍ତା କରିବାକୁ ସବୁବେଳେ ପ୍ରସ୍ତୁତ ଅଛୁ।

ଏହି ଗସ୍ତ ସମୟରେ ପମ୍ପିଓ ଭାରତ ବ୍ୟତୀତ ଶ୍ରୀଲଙ୍କା, ଜାପାନ ଏବଂ ଦକ୍ଷିଣ କୋରିଆ ଗସ୍ତ କରିବେ। ଆମେରିକା ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ପମ୍ପିଓଙ୍କ ଏହି ଗସ୍ତ ବହୁ ଗୁରୁତ୍ଵ ବହନ କରିବ ବୋଲି କୁହାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories