କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଜି.ଆର.ପି. ଫାଣ୍ଡି ଅନ୍ତର୍ଗତ ଲଖନା ରେଳଷ୍ଟେସନ ୨ନଂ ପ୍ଲାଟଫର୍ମରେ ଜଣେ ଭିକ୍ଷୁକର ମଙ୍ଗଳବାର ଅଂଶୁଘାତରେ ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ବୟସ ୪୫ ବର୍ଷ। ସେ ପ୍ଲାଟଫର୍ମରେ ସେ ବହୁ ଦିନରୁ ଭିକ୍ଷା କରି ପେଟ ପୋଷୁଥିବା ବେଳେ ପ୍ରଚଣ୍ଡ ଖରାରେ ତାର ମୃତ୍ୟୁ ହୋଇଥିବା ଜି.ଆର.ପି. ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଜି.ଆର.ପି. ପୋଲିସ ଏକ ଅପମୃତ ମାମଲା କେସ ନଂ ୨୦ ରୁଜୁ କରି ଶବକୁ ଜବତ କରିବା ସହ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣି ଶବ ବ୍ୟବଚ୍ଛେଦ କରିଥିବା ତଦନ୍ତ କାରି ପୋଲିସ ଅଫିସରଙ୍କ ଠାରୁ ପ୍ରକାଶ।
Popular Categories



