www.samajalive.in
Thursday, December 11, 2025
27.1 C
Bhubaneswar

ରଜରେ କରନ୍ତୁ ବିରି ଚାଉଳ ପୋଡ଼ ପିଠା

ଭିନ୍ନ ଭିନ୍ନ ପିଠାପଣା ପର୍ବପର୍ବାଣୀର ମହତ୍ତ୍ୱକୁ ଦୁଇ ଗୁଣିତ କରିଦେଇଥାଏ। ଆଉ ଅଳ୍ପ ଦିନ ବାକି ରହିଲା ରଜ। ଘରେ ଘରେ ଏହାର ପୂର୍ବପ୍ରସ୍ତୁତ ଆରମ୍ଭ ହୋଇଗଲାଣି। ବର୍ଷକୁ ଥରେ ପୁଣି ଆସିଛି ରଜ। ଜାଣନ୍ତୁ କିଭଳି ସହଜ ଉପାୟରେ ଆପଣ ଘରେ ବିଭିନ୍ନ ପ୍ରକାରର ପିଠାପଣା ପ୍ରସ୍ତୁତ କରିପାରିବେ।
ବିରି ଚାଉଳ ପୋଡ଼ ପିଠା
ଆବଶ୍ୟକ ସାମଗ୍ରୀ
ବିରି – ୨କପ
ଅରୁଆ ଚାଉଳ – ୧କପ
ଗୁଡ଼ – ୧କପ ରୁ କମ
ନଡ଼ିଆ କୋରା – ୧କପ
ଛେନା – ଆବଶ୍ୟକ ପରିମାଣରେ
ପେଷା ଚିନି – ୧କପରୁ କମ
କାଜୁ, କିସମିସ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ଲୁଣ – ସାମାନ୍ୟ
ଅଳେଇଚ, ଗୋଲମରିଚ ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ବରି ଓ ଚାଉଳକୁ ୪ ରୁ ୫ ଘଣ୍ଟା ବତୁରାଇ ଏହାକୁ ବହଳିଆ ଭାବେ ପେଷି ବାଟଣ ପ୍ରସ୍ତୁତ କରନ୍ତୁ। ବାଟଣକୁ ଭଲ ଭାବେ ଫେଣ୍ଟି ୨ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଏଥିରେ ଗୁଡ଼କୁ ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏଥିରେ ନଡ଼ିଆ କୋରା, ଅଳେଇଚ, ଗୋଲମରିଚ ଗୁଣ୍ଡ ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ । କିଛି ସମୟ ଗୋଳାଇବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ବାଟଣରେ ୧ ଚାମଚରୁ ସାମାନ୍ୟ କମ ଲୁଣ ପାଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ଏଥିରେ ୪ ରୁ ୫ ଚାମଚ ଘିଅ ପକାନ୍ତୁ। ଅଳ୍ପ ଘିଅ କୁକର ଭିତର ଅଂଶରେ ମଧ୍ୟ ଲଗାଇ ଦିଅନ୍ତୁ। ଏବେ କୁକରରେ ବାଟଣର ଗୋଟିଏ ସ୍ତର, ଗୁଡ଼ ନଡ଼ିଆ କୋରା ଭଜାର ଗୋଟିଏ ସ୍ତର, ଏପରି ପୁଣି ବାଟଣ , ଗୁଡ଼ ନଡ଼ିଆ କୋରା ଭଜା, ଛେନା, କାଜୁ କିସମିସ ଏହା ଉପରେ ଦେଇ କୁକରର ସିଟି ବାହାର କରି ଘୋଡ଼ଣୀ ଦେଇ ଗ୍ୟାସରେ ବସାନ୍ତୁ। ପ୍ରଥମେ ୧୦ ମିନିଟ ମଧ୍ୟମ ଆଞ୍ଚଳରେ ଓ ପୁଣି ୨୦ ମିନିଟ କମ ଆଞ୍ଚଳରେ ବସାନ୍ତୁ। ୨୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ବିରି ଚାଉଳ ପୋଡ଼ ପିଠା। ସୁଆଦିଆ ବିରି ଚାଉଳ ପୋଡ଼ ପିଠା ଖାଇ ରଜର ମଜା ନିଅନ୍ତୁ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories