www.samajalive.in
Saturday, December 13, 2025
15.1 C
Bhubaneswar

ଶିବସେନା-ବିଜେପି ଅଢ଼େଇ ବର୍ଷ ଲେଖାଏ ପାଳିକରି ହେବେ ମୁଖ୍ୟମନ୍ତ୍ରୀ: ବରୁଣ ଦେଶାଇ

ମୁମ୍ବଇ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଏବଂ ଶିବସେନା ଏକାଠି ଲଢ଼ିବେ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୁଇଦଳ ମଧ୍ୟରୁ ଜଣେ ଜଣେ ବିଧାୟକ ପାଳିକରି ଅଢ଼େଇବର୍ଷ ଲେଖାଏ ଦାୟିତ୍ଵରେ ରହିବେ। ଉଭୟ ବିଜେପି ଏବଂ ଶିବସେନା ମଧ୍ୟରେ ଏପରି ନିଷ୍ପତ୍ତି ହୋଇଥିବା ଶିବସେନାର ଯୁବନେତା ତଥା ଆଦିତ୍ୟ ଠାକରେଙ୍କ ସମ୍ପର୍କୀୟ ଭାଇ ବରୁଣ ସରଦେଶାଇ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଏବଂ ବିଜେପି ସଭାପତି ଅମିତ ଶାହଙ୍କ ମଧ୍ୟରେ ଏପରି ନିଷ୍ପତ୍ତି ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦବୀ ଅଢ଼େଇ ବର୍ଷ ଲେଖାଏ ଉଭୟ ଦଳ ମଧ୍ୟରେ ଆବଣ୍ଟିତ ହେବ। ଯେଉଁ ଲୋକମାନେ ଏଥିରେ ସହମତ ନୁହନ୍ତି, ସେମାନେ ନିଜର ବ୍ୟକ୍ତିଗତ ସୁବିଧା ପାଇଁ ମେଣ୍ଟକୁ ହାନି ପହଞ୍ଚାଇବା ଉଚିତ ନୁହେଁ ବୋଲି ସରଦେଶାଇ କହିଛନ୍ତି।

ତେବେ ସରଦେଶାଇଙ୍କ ଏହି ଦାବିକୁ ଅନ୍ୟ ବରିଷ୍ଠ ନେତାମାନେ ଗ୍ରହଣ କରୁନାହାନ୍ତି। କାରଣ ଗତ ରବିବାର ଦିଲ୍ଲୀରେ ଅନୁଷ୍ଠିତ ମହାରାଷ୍ଟ୍ର ବିଜେପି କୋର କମିଟି ବୈଠକ ପରେ ବିଜେପିରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅମିତ ଶାହ କହିଥିଲେ। ଏହା ପରେ ସରଦେଶାଇଙ୍କ ଏଭଳି ଦାବି ସାମ୍ନାକୁ ଆସିଥିବାରୁ ଏହାର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ସୂଚନା ମୁତାବକ, ପୂର୍ବରୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶିବ ସେନା ଏବଂ ବିଜେପି ପର୍ଯ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ପଦବୀରେ ରହିବେ ବୋଲି ରାଜି ହୋଇଥିଲେ। ଏହି ଚୁକ୍ତି ଅନୁସାରେ ଉଭୟ ଦଳ ଅଢ଼େଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥାନ୍ତେ। କିନ୍ତୁ ବର୍ତ୍ତମାନ ବିଜେପି ଅନ୍ୟ ଏକ ପ୍ରସ୍ତାବ ରଖିଛି। ଏହି ପ୍ରସ୍ତାବ ଅନୁସାରେ ରାଜ୍ୟରେ ମୋଟ ୨୮୮ ବିଧାନସଭା ଆସନ ମଧ୍ୟରୁ ୧୩୫ ଆସନରେ ଉଭୟ ବିଜେପି ଏବଂ ଶିବସେନା ପ୍ରାର୍ଥୀ ଦେବେ। ଅବଶିଷ୍ଟ ଆସନରେ ଅନ୍ୟ ଆଞ୍ଚଳିକ ଦଳ ପ୍ରାର୍ଥୀ ଦେବେ। କିନ୍ତୁ ଏହାକୁ ଶିବସେନା ଗ୍ରହଣ କରିନାହିଁ। ମୋଟ ଆସନରୁ ଅଧା ଆସନ ଅର୍ଥାତ ୧୪୪ ଆସନରେ ଶିବ ସେନା ପ୍ରାର୍ଥୀ ଦେବ ବୋଲି ଯୁକ୍ତି କରିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories