ବେଙ୍ଗାଲୁର : ପ୍ରଖ୍ୟାତ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ଗିରୀଶ କନ୍ନଡ଼ଙ୍କ ସୋମବାର ପରଲୋକ ହୋଇଛି। ବେଙ୍ଗାଲୁରରେ ୮୧ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ବର୍ଷୀୟାନ ଅଭିନେତା ଗିରୀଶ ଅସୁସ୍ଥ ଥିଲେ। ବହୁ ସମ୍ମାନଜନକ ଜ୍ଞାନପୀଠ ସମ୍ମାନରେ ସେ ସମ୍ମାନିତ ଥିଲେ। କନ୍ନଡ଼ ଓ ହିନ୍ଦୀ ପିଲ୍ମରେ ଜଣେ ସକ୍ରିୟ ଅଭିନେତା ଭାବେ ସେ ଖୁବ ସୁନାମ ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।
Popular Categories



