www.samajalive.in
Monday, December 8, 2025
13.1 C
Bhubaneswar

ଡଙ୍ଗା ବୁଡି ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ୍ ବାଲିମେଦ ପଞ୍ଚାୟତ ଚାରି ବାଟିଆ ଘାଟ ନିକଟରେ ଏକ ଡଙ୍ଗା ବୁଡି ଯାଇଛି । ସୌଭାଗ୍ୟବଶତଃ ଏଥିରେ କାହାର ପ୍ରାଣହାନି ହୋଇନଥିବା ବେଳେ ୨୫ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ନଦୀରେ ୫ଟି ବାଇକ୍ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ଚାରି ବାଟିଆ ଘାଟରୁ ଏକ ଡଙ୍ଗା ୨୦ରୁ ୨୫ ଜଣ ଯାତ୍ରୀଙ୍କୁ ନେଇ ତିହିଡି ବ୍ଳକ୍ ଖପରା ଡିହ ଘାଟ ଛାଡିଥିଲା। ଉକ୍ତ ଡଙ୍ଗାରେ ୮ଟି ବାଇକ ଏବଂ ୬ଟି ସାଇକେଲ ଥିଲା। ଡଙ୍ଗାଟି ଭାରସାମ୍ୟ ହରାଇ ଚାରି ବାଟିଆ ଘାଟ ନିକଟରେ ଓଲଟି ପଡିଲା । ସ୍ଥାନୀୟଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଏପର୍ଯ୍ୟନ୍ତ କେହି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ବେଳେ ସ୍ଥାନୀୟଲୋକ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

- Advertisement -

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଏହି ନଦୀରେ ବାରମ୍ବାର ଦୁର୍ଘଟଣା ଘଟୁଛି । ହେଲେ ପ୍ରଶାସନର ଏଦିଗ ପ୍ରତି ନିଘା ନାହିଁ । ନଦୀ ଉପରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟଲୋକ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories