www.samajalive.in
Thursday, December 11, 2025
15.1 C
Bhubaneswar

ଶିକ୍ଷା ସହ ଦୀକ୍ଷା ଲୋଡ଼ା: ରାଜ୍ୟପାଳ

କଟକ : ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ। ସେମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଗୁଣ ବିକଶିତ କରିବାକୁ ହେବ। ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଆତ୍ମବିକାଶ ସମ୍ପର୍କରେ ଅତୁଲ୍ୟ ଶିଶୁମାନଙ୍କୁ ଯୋଡ଼ିବାକୁ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଶିକ୍ଷା ସହ ଦୀକ୍ଷା ଲୋଡ଼ା। ଦୀକ୍ଷା ହେଉଛି ଭାରତର ବୈଶିଷ୍ଟ୍ୟ ଯାହା ଅନ୍ତର୍ଜଗତ ସହ ସଂଶ୍ଳିଷ୍ଟ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି।
ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍‍ଷ୍ଟା) ପକ୍ଷରୁ ବାରବାଟୀ କ୍ଲବ ହାଉସଠାରେ ଗୁରୁବାର ଆୟୋଜିତ ୩୦ତମ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ଶ୍ରାଦ୍ଧୋତ୍ସବ ଓ ସାମ୍ବିଧାନିକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ ଉଦ୍‍ଘାଟନ କରି କହିଲେ, ପ୍ରଥମେ ନିଜ ଭିତରୁ ମୁଁ ରୂପକ ଅହଂକୁ ଦୂର କରିବାକୁ ପଡ଼ିବ। ଶିଶୁଟିଏ ଦେଖିବ, ପଢ଼ିବ ଓ ଶିଖିବ। ତା’ ଭିତରେ କରୁଣା, ଦୟା, ସ୍ନେହ, ପ୍ରେମଭାବ ଜାଗରିତ ହେବ। ସେ ଆଧ୍ୟାତ୍ମିକ ଭାବରେ ଭାବାୟିତ ହେବ। ବୈଷୟିକ ଜ୍ଞାନ କୌଶଳ ସହିତ ଆଧ୍ୟାତ୍ମିକ ଜ୍ଞାନର ବିକାଶ ଶିଶୁ ମଧ୍ୟରେ ହେଲେ ସେ ପ୍ରକୃତ ଶିକ୍ଷା ପ୍ରାପ୍ତ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ। ସଂଘ ପକ୍ଷରୁ ଏହି ଅବସରରେ ଆୟୋଜିତ ‘ଗୁଣାତ୍ମକ ପ୍ରାଥମିକ ଶିକ୍ଷା ହାସଲ ଦିଗରେ ଶିକ୍ଷକମାନଙ୍କ ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀରରଞ୍ଜନ ଦାସ କହିଲେ, ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଆଣିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ପାଇଁ ଏହା ଏକ ଆହ୍ୱାନ ଭାବେ ଉଭା ହୋଇଥିବା କହିଥିଲେ। ଉତ୍ସବରେ ପଂଚାୟତିରାଜ ଓ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ତଥା ମୁଦ୍ରାକର ନିରଞ୍ଜନ ରଥ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ସ୍ମରଣିକା ‘ଶିକ୍ଷକ ଦର୍ପଣ’ ଉନ୍ମୋଚନ ହେବା ସହ ୯ଜଣ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାମଲ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ପ୍ରକାଶ ଜେନା ବିବରଣୀ ପାଠ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories