www.samajalive.in
Friday, December 12, 2025
23.1 C
Bhubaneswar

ପ୍ରଶାନ୍ତି ଏକ୍ସପ୍ରେସ୍‌ ଉପରେ ଛିଡ଼ିଲା ବିଦ୍ୟୁତ ତାର ; ପ୍ରାଣ ବିକଳରେ ଡେଇଁଲେ ଯାତ୍ରୀ

ଭୁବନେଶ୍ୱର : ଚାରିଆଡ଼େ ରାତିର ଅନ୍ଧକାର। ବର୍ଷା ହେଉଛି। ତଥାପି ତା ଭିତରେ ପ୍ରାଣ ବିକଳରେ ଯିଏ ଜୁଆଡ଼େ ପାରିଲା ପିଲା ଛୁଆଙ୍କୁ ଧରି ଦୌଡ଼ିଲେ। କାରଣ ଟ୍ରେନ୍‌ର ମଝା ମଝିରେ ଖସି ପଡ଼ିଥିଲା ବିଦ୍ୟୁତ ତାର ଆଉ ହୁତୁ ହୁତୁ ହୋଇ ଜଳୁଥିବା ବାଉଁଶ ଭାରା। ଗତକାଲି ପ୍ରଶାନ୍ତି ଏକ୍ସପ୍ରେସ୍‌ରେ ଭୁବନେଶ୍ବର ଆସୁଥିବା ଯାତ୍ରୀ ଏପରି ଅନୁଭୂତି ବର୍ଣ୍ଣନା କରିଛନ୍ତି। ଏହି ଘଟଣା ପାଇଁ ଗତକାଲି ପ୍ରଶାନ୍ତି ଏକ୍ସପ୍ରେସ୍ କାଇପଦର ଷ୍ଟେସନ୍ ପରେ ଥିବା ଏକ ନିକାଞ୍ଚନ ସ୍ଥାନରେ ପ୍ରାୟ ତିନିଘଣ୍ଟା କାଳ ଅଟକି ରହିଥିଲା। ଫଳରେ ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟ ରାତି ୯ଟା ପରିବର୍ତ୍ତେ ରାତି ୧.୨୦ ସମୟରେ ଭୁବନେଶ୍ବରରେ ପହଞ୍ଚି ଥିଲା।
ପ୍ରତକ୍ଷ୍ୟଦର୍ଶୀଙ୍କ ଅନୁସାରେ ଗତକାଲି ପ୍ରଶାନ୍ତି ଏକ୍ସପ୍ରେସ୍ ଭୁବନେଶ୍ବର ଅଭିମୁଖେ ଆସୁଥିଲା। ଏହି ସମୟରେ ଘଡ଼ଘଡ଼ି ବର୍ଷା ଲାଗି ରହିଥିଲା। ଟ୍ରେନ୍ କାଇପଦର ଷ୍ଟେସନ୍ ଅତିକ୍ରମ କରିବା ପରେ ହଠାତ୍ କୋଚ୍ ଉପରେ କିଛି ପଡ଼ିବା ଭଳି ଜଣା ପଡ଼ିଲା। ଏହା ଦେଖି ଚାଳକ ତୁରନ୍ତ ଟ୍ରେନ୍‌ ଅଟକାଇ ଦେଇଥିଲେ। ବାହାରକୁ ଦେଖିବା ବେଳକୁ ଟ୍ରେନ୍ ଉପରେ ବିଦ୍ୟୁତ୍‌ ତାରକୁ ଧରି ରଖିବା ପାଇଁ ବନ୍ଧା ହୋଇଥିବା ବାଉଁଶ ଭାରା ହୁତୁହୁତୁ ହୋଇ ଜଳୁଥିଲା। ଏସ୍‌-୧ ଏବଂ ପେଣ୍ଟ୍ରିକାର କୋଚ୍‌ର ଠିକ୍ ମଝିରେ ଜଳୁଥିବା ବାଉଁଶ ଭାରା ଓ ବିଦ୍ୟୁତ ତାର ପଡ଼ିଥିଲା। ଏହା ଦେଖି ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। କିଏ କିଛି ବୁଝିବା ପୂର୍ବରୁ ଜୀବନ ବିକଳରେ ଟ୍ରେନ୍‌ରୁ ଯାତ୍ରୀ ବାହାରକୁ ଡେଇଁ ପଡ଼ିଥିଲେ। ଟ୍ରେନ୍‌ରୁ ବାହାରି ଆସିବା ଉଦ୍ୟମ ସମୟରେ କିଛି ଯାତ୍ରୀ ଖଣ୍ଡିଆ ଖାବରା ହୋଇଥିଲେ। ଏପରିକି ଟ୍ରେନ୍‌ରୁ ବାହାରି ଆସିବା ପରେ ଦୁଇ ଜଣ ଯାତ୍ରୀ ନିଜ ପିଲାଙ୍କୁ ଖୋଜି ପାଇ ନ ଥିଲେ। ଘଟଣାକୁ ନେଇ ସେଠାରେ ପ୍ରବଳ ହୋ ହଲ୍ଲା ହୋଇଥିଲା। ତୁରନ୍ତ ବିଦ୍ୟୁତ ସଂଯୋଗ କାଟିବା ପାଇଁ ଯାତ୍ରୀମାନେ ଟ୍ରେନ୍‌ରେ ଥିବା ଗାର୍ଡଙ୍କୁ କହିଥିଲେ। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା; ହେଲେ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରି ବିଦ୍ୟୁତ କାଟିବା ପାଇଁ କହିବା ବେଳକୁ ରାତି ୧୦.୪୫ ହୋଇ ଯାଇଥିଲା। ତେବେ ଏହା ପରେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି ବ୍ୟବସ୍ଥା କରିବା ପରେ ରାତି ୧୨ଟାରେ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲା। ଏହା ପରେ ରାତି ୧.୨୦ ସମୟରେ ଟ୍ରେନ୍ ଭୁବନେଶ୍ବରରେ ପହଞ୍ଚିଥିଲା।

 

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories