ଯାଜପୁର : ଡ୍ରାଇଭରମାନଙ୍କ ପାଇଁ ସ୍ୱତନ୍ତ୍ର କଲ୍ୟାଣ ପାଣ୍ଠି ଓ ସ୍ୱତନ୍ତ୍ର ବୋର୍ଡ ଗଠନ ସହିତ ଅଣ ପଞ୍ଜିକୃତ ଡ୍ରାଇଭର ମାନଙ୍କୁ ପଞ୍ଜିକୃତ କରି ସେମାନଙ୍କୁ ପରିଚୟ ପ୍ରଦାନ ଆଦି ୫ଦଫା ଦାବି ନେଇ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଗୁରୁବାର ଯାଜପୁରରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ଜିଲା ମୋଟର ଚାଳକ ସଂଘ ସଭାପତି ଭରତ ଚନ୍ଦ୍ର ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲାରୁ ହଜାର ହଜାର ଡ୍ରାଇଭର ଯୋଗ ଦେଇ ସେମାନଙ୍କ ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଡ୍ରାଇଭର ମାନେ ଦିନ ରାତି କାମ କରି ରାଜ୍ୟ ତଥା ରାଷ୍ଟ୍ରର ଉନ୍ନତିରେ ବେଶ ସହାୟକ ହେଉଛନ୍ତି। ତେଣୁ ସେମାନଙ୍କ ପ୍ରତି ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଏକ ସ୍ମାରକ ପତ୍ର ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଏହି ଦାବି ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ନଦେଲେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି।
Popular Categories



