www.samajalive.in
Monday, December 8, 2025
13.1 C
Bhubaneswar

ଜଳବାୟୁ ପରିବର୍ତ୍ତନ ଉପରେ ଭାରତକୁ ଦୋଷ ଦେଲେ ଟ୍ରମ୍ପ

ଲଣ୍ଡନ: ଜଳବାୟୁ ପରିବର୍ତ୍ତନ ସାରା ବିଶ୍ଵକୁ ପ୍ରଭାବିତ କରିଛି। ଏହାର ବ୍ୟାପକତା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ କେତେକ ଦେଶ ପ୍ୟାରିସ ଜଳବାୟୁ ଚୁକ୍ତି ଅନୁସାରେ କାର୍ଯ୍ୟ କରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏଥିପାଇଁ ସେ ଭାରତକୁ ପୁଣି ଥରେ ଦୋଷ ଦେଇଛନ୍ତି। ଭାରତ ସହିତ ଚୀନ, ରୁଷ ଏବଂ ଅନ୍ୟାନ୍ୟ କେତେକ ଦେଶ ଏ ଦିଗରେ ଆବଶ୍ୟକ କାର୍ଯ୍ୟ କରୁ ନ ଥିବା ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ୩ଦିନିଆ ବ୍ରିଟେନ ଗସ୍ତ କରିଥିଲେ। ବୁଧବାର ଗସ୍ତର ଶେଷ ଦିନ ଅବସରରେ ଆଇଟିଭି ସହିତ ଏକ ସାକ୍ଷାତକାର ସମୟରେ ଟ୍ରମ୍ପ ଏହା କହିଥିଲେ। ଏହି ସାକ୍ଷାତକାରରେ ଟ୍ରମ୍ପଙ୍କ ସହିତ ରାଣୀ ଏଲିଜାବେଥ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାର୍କନ, ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡିୟୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ୟାରିସ  ଜଳବାୟୁ ଚୁକ୍ତି ଅନୁସାରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ଏବଂ ବିଶ୍ଵ ତାପନ ହ୍ରାସ ଦିଗରେ ଭାରତ ସମେତ ଚୀନ ଏବଂ ରୁଷ ଆବଶ୍ୟକ ପଦକ୍ଷେପ ନେଉ ନ ଥିବା ଟ୍ରମ୍ପ କହିଥିଲେ। ଏହା ପୂର୍ବରୁ ଗତ ମଙ୍ଗଳବାର ମଧ୍ୟ ଟ୍ରମ୍ପ ପ୍ରିନ୍ସ ଚାର୍ଲ୍ସଙ୍କ ସହିତ ଜଳବାୟୁ ପରିବର୍ତ୍ତନ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଏ ଦିଗରେ ଭାରତର କାର୍ଯ୍ୟ ନୈରାଶ୍ୟଜନକ ବୋଲି ସେ ମତ ଦେଇଥିଲେ।

- Advertisement -

ଆଲୋଚନା ସମୟରେ ପ୍ରିନ୍ସ ଚାର୍ଲ୍ସ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବ ଉପରେ ବିସ୍ତୃତ ଭାବେ କହିଥିଲେ ଏବଂ ମୁଁ କେବଳ ଶୁଣୁଥିଲି ବୋଲି ଟ୍ରମ୍ପ କହିଛନ୍ତି। ଏ ଦିଗରେ ପ୍ରିନ୍ସଙ୍କ ଇଚ୍ଛାଶକ୍ତିକୁ ସେ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି, ଆମେରିକାରେ ଜଳବାୟୁ ସବୁଠାରୁ ସ୍ବଚ୍ଛ। ଦିନକୁ ଦିନ ଏଥିରେ ଉନ୍ନତି ପରିଲକ୍ଷିତ ହେଉଛି, କାରଣ ଆମେ ଉତ୍ତମ ଜଳ ଏବଂ ସ୍ବଚ୍ଛ ଜଳ ଚାହୁଁଛୁ। ଚୀନ, ଭାରତ, ରୁଷ ଏବଂ ଅନ୍ୟ କେତେକ ଦେଶରେ ଭଲ ବାୟୁ, ଭଲ ଜଳ ଉପଲବ୍ଧ ନାହିଁ। ସେଠାରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏପରି କି ସମ୍ପୃକ୍ତ ଦେଶଗୁଡ଼ିକର କେତେକ ସହରରେ ନିଃଶ୍ଵାସ ପ୍ରଶ୍ଵାସ ନେବା କଷ୍ଟକର। କିନ୍ତୁ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ନିଜ ନିଜ ଦାୟିତ୍ଵ ନିର୍ବାହ କରୁନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories