www.samajalive.in
Sunday, December 14, 2025
26.1 C
Bhubaneswar

ରଥଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ ; ଦିନ ୯ଟା ୩୦ରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ : ରଥଯାତ୍ରା ନୀତିନିର୍ଘଣ୍ଟ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ମଙ୍ଗଳବାର ଚୂଡାନ୍ତ ହୋଇଛି। ଶ୍ରୀଗୁଣ୍ଡିଚା ଦିନ ୯ଟା ୩୦ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ସୁଦ୍ଧା ଶେଷହେବ। ଦିନ ୨ଟାରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା କରିବେ। ଅପରାହ୍ଣ ୩ରୁ ୪ଟା ମଧ୍ୟରେ ରଥଟଣା ପାଇଁ ସ୍ଥିର ହୋଇଛି। ରଥଉପରେ ଘଣ୍ଟୁଆ ଏବଂ ସେବକଙ୍କ ସଂଖ୍ୟା ସୀମିତ ରଖାଯିବା ସମ୍ପର୍କରେ ଆଲୋଚନା ହୋଇଛି। କୌଣସି ଅନଧିକୃତ ବ୍ୟକ୍ତି ଶ୍ରୀଜୀଉଙ୍କୁ ସ୍ପର୍ଶ କରିପାରିବେ ନାହିଁ କିମ୍ବା ରଥଉପରେ ଚଢି ପାରିବେ ନାହିଁ। ଏଥିପାଇଁ ଶ୍ରୀଜୀଉଙ୍କ ପହଣ୍ଡି ବେଳେ ୨ଟି କର୍ଡନ କରାଯିବ। ରଥଯାତ୍ରା ନୀତି ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବାକୁ ସ୍ଥିର କରାଯାଇଛି। ଚଳିତମାସ ୧୭ରେ ଦେବସ୍ନାନ ପୂର୍ଣ୍ଣିମା । ସେଦିନ ସକାଳ ୫ଟା ୩୦ରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ୭ଟା ୩୦ ମଧ୍ୟରେ ଶେଷହେବ। ଅପରାହ୍ଣ ୪ଟାରେ ମହାପ୍ରଭୁଙ୍କୁ ହାତୀବେଶ କରାଯିବାକୁ ସ୍ଥିର ହୋଇଛି। ରାତି ୧୦ଟା ପର୍ଯ୍ୟନ୍ତ ଦାରୁବ୍ରହ୍ମ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ରାତି ୧୦ଟା ୩୦ରେ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ। ଜଳଲାଗି ବେଳେ ପ୍ଲାଷ୍ଟିକପାତ୍ର କିମ୍ବା ବାଲଟି ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ କେବଳ ଅଧିକୃତ ସେବକ ପ୍ରଭୁଙ୍କୁ ଜଳଲାଗି କରିବେ।

କେଉଁଦିନ କେଉଁ ନୀତି
୧୭ ଜୁନ ୨୦୧୯ : ଦେବସ୍ନାନ ପୂର୍ଣ୍ଣିମା
୨ ଜୁଲାଇ ୨୦୧୯ : ନବଯୌବନ ଦର୍ଶନ, ନେତ୍ରୋତ୍ସବ
୪ ଜୁଲାଇ ୨୦୧୯ : ଶ୍ରୀଗୁଣ୍ଡିଚା ଯାତ୍ରା
୮ ଜୁଲାଇ ୨୦୧୯ : ହେରାପଞ୍ଚମୀ
୧୧ ଜୁଲାଇ ୨୦୧୯ : ସନ୍ଧ୍ୟାଦର୍ଶନ
୧୨ ଜୁଲାଇ ୨୦୧୯ : ବାହୁଡା ଯାତ୍ରା
୧୩ ଜୁଲାଇ ୨୦୧୯ : ରଥ ଉପରେ ସୁନାବେଶ
୧୪ ଜୁଲାଇ ୨୦୧୯ : ରଥ ଉପରେ ଅଧରପଣା ଭୋଗ
୧୫ ଜୁଲାଇ ୨୦୧୯ : ନୀଳାଦ୍ରି ବିଜେ

ସେହିପରି ନବଯୌବନ ଦର୍ଶନ, ହେରାପଞ୍ଚମୀ, ସନ୍ଧ୍ୟାଦର୍ଶନ, ବାହୁଡାଯାତ୍ରା, ସୁନାବେଶ, ଅଧରପଣା ଭୋଗ ଏବଂ ନୀଳାଦ୍ରିବିଜେ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଗାମୀ ୯ତାରିଖରେ ଅନୁଷ୍ଠିତ ହେବାକୁଥିବା ଛତିଶା ନିଯୋଗ ଏବଂ ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ତାହା ଅନୁମୋଦନ କରାଯିବ। ନୀତିନିର୍ଘଣ୍ଟରେ କେତେକ ପରିବର୍ତ୍ତନ ପାଇଁ ବିଭିନ୍ନ ସେବକ ନିଯୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତାହାକୁ ସଂଶୋଧନ ପରେ ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ନୀତିନିର୍ଘଣ୍ଟ ସାର୍ବଜନୀନ କରାଯିବ।

- Advertisement -

ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ବଲୱନ୍ତ ସିଂହ, ଏସ୍‌ପି ଡଃ ଉମାଶଙ୍କର ଦାଶ, ପ୍ରଶାସକ (ନୀତି) ବିଶ୍ବଜିତ ବିଶ୍ବାଳ, ପରିଚାଳନା କମିଟି ସଭା ବାବା ସଚ୍ଚିଦାନନ୍ଦ ଦାସ, ରାମଚନ୍ଦ୍ର ଦାସମହାପାତ୍ର, ମାଧବ ମହାପାତ୍ର, ମାଧବ ପୂଜାପଣ୍ଡା, ଅନନ୍ତ ତିଆଡି, ସିଦ୍ଧେଶ୍ବର ମହାପାତ୍ର, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories