ସାଧାରଣତଃ ଆପଣମାନେ ବାଡ଼ି ବଗିଚାରେ ସଦାବିହାରୀ ଗଛ ଦେଖିଥିବେ। ଏହାର ଫୁଲକୁ ତୋଳି ଆମେ ପୂଜାରେ ବ୍ୟବହାର କରିଥାଉ। ହେଲେ କ’ଣ ଆପଣ ଏହି ଗଛର ଔଷଧୀୟ ଗୁଣ ବିଷୟରେ ଜାଣନ୍ତି ? ଏହି ଗଛ ଆୟୁର୍ବେଦିକ ଔଷଧର ଏକ ବଡ଼ ସ୍ରୋତ। ଏହି ଗଛରେ ଥିବା ଔଷଧୀୟ ଗୁଣ ଆମକୁ ଅନେକ ବଡ଼ ବଡ଼ ରୋଗରୁ ମୁକ୍ତି ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ସଦାବିହାରୀ ଗଛ କେଉଁ କେଉଁ ରୋଗରୁ ମୁକ୍ତି ଦେବାରେ ସହାୟ ହୋଇଥାଏ-
୧. ରକ୍ତଚାପ ନିୟନ୍ତ୍ରଣ କରେ: ରକ୍ତଚାପ ରୋଗୀଙ୍କ ପାଇଁ ଏହି ଗଛ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ଭୋଗୁଥିବା ବ୍ୟକ୍ତି ସକାଳେ ସଦାବିହାରୀ ଗଛର ଚେରକୁ ଚୋବାଇ ଖାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
୨. ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ : ସଦାବିହାରୀ ଗଛରେ ଥିବା ଆଲକଲାଇଡ ପାଚନ ତନ୍ତ୍ରର ବିଟା ସେଲକୁ ମଜବୁତ କରିଥାଏ,ଯାହା ଦ୍ବାରା ଶରୀରରେ ଇନସୁଲିନର ମାତ୍ରା ଠିକ୍ ରହିଥାଏ। ମଧୁମେହରେ ପୀଡ଼ିତ ବ୍ୟକ୍ତି ସଦାବିହାରୀ ପତ୍ରର ରସକୁ ପିଇଲେ କିମ୍ବା ଏହାର ପତ୍ରକୁ ଚୋବାଇ ଖାଇଲେ ଲାଭ ମିଳିଥାଏ।
୩.କର୍କଟ ରୋଗରୁ ରକ୍ଷା କରେ : ସଦାବିହାରୀ ଗଛର ପତ୍ରରେ କର୍କଟରୁ ବଞ୍ଚିବା ପାଇଁ ଆବଶ୍ୟକୀୟ ତତ୍ତ୍ବ ରହିଥାଏ। କର୍କଟ ରୋଗରେ ପୀଡ଼ିତ ବ୍ୟକ୍ତି ଏହି ପତ୍ରର ଚଟଣି ସେବନ କଲେ ଲାଭ ମିଳିଥାଏ।
୪.କୁଣ୍ଡିଆ ସମସ୍ୟା ଦୂର କରିଥାଏ : ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡିଆ ସମସ୍ୟା ଦେଖାଦିଏ, ତେବେ ସଦାବିହାରୀ ପତ୍ରକୁ ପେଶି ପ୍ରଭାବିତ ସ୍ଥାନରେ ଲଗାଇଲେ କୁଣ୍ଡିଆ ସମସ୍ୟା ଦୂର ହୋଇଥାଏ।
୫.ବ୍ରଣ ସମସ୍ୟା ଦୂର କରିଥାଏ : ତ୍ବଚାରେ ହେଉଥିବା ବ୍ରଣ ସମସ୍ୟାକୁ ଦୂର କରିବାରେ ସଦାବିହାରୀ ଗଛ ବିଶେଷ ଭାବେ ସହାୟକ ହୋଇଥାଏ। ସଦାବିହାରୀ ଫୁଲର ରସ ବାହାର କରି ତ୍ବଚାରେ ଲଗାଇବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।



