www.samajalive.in
Wednesday, December 10, 2025
26.1 C
Bhubaneswar

ପୁରୁଣା ମେଣ୍ଟକୁ ଫେରିବାକୁ ଜେଡିୟୁକୁ ଲାଲୁଙ୍କ ଆମନ୍ତ୍ରଣ

ପାଟନା: ଲୋକସଭା ନିର୍ବାଚନ ଶେଷ ହୋଇଯାଇଛି। କିନ୍ତୁ ବିହାରରେ ରାଜନୈତିକ ଉଷ୍ମତା ଥମିନାହିଁ। କେନ୍ଦ୍ରରେ ମୋଦୀ ସରକାରରେ ସ୍ଥାନ ନ ମିଳିବାରୁ ବିଜେପି ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଉଚ୍ଚ ନେତୃତ୍ଵ ସବୁକିଛି ଠିକ୍‌ଠାକ ଥିବା ସଫେଇ ଦେଉଛନ୍ତି। ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବିହାରରେ। ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ। ଏହାକୁ ନଜରରେ ରଖି ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନିଜ ପୁରୁଣା ବନ୍ଧୁ ନିତିଶ କୁମାରଙ୍କୁ ପୁଣି ଥରେ ବନ୍ଧୁତ୍ଵର ହାତ ବଢ଼ାଇଛି। ନିତିଶଙ୍କ ଦଳ ଜେଡିୟୁକୁ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନ ଥିବାରୁ ନିତିଶ ଏକପ୍ରକାର ଅସନ୍ତୁଷ୍ଟ ଥିବା ଜଣାଯାଇଛି। ତେଣୁ ଏହାର ସୁଯୋଗ ନେଇ ଲାଲୁ ବିଧାନସଭା ନିର୍ବାଚନରେ ତାଙ୍କ ସହିତ ମେଣ୍ଟ କରିବାକୁ ନିତିଶଙ୍କୁ ଆମନ୍ତ୍ରଣ କରିଛନ୍ତି। ଆରଜେଡି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ କହିଛନ୍ତି, ନିତିଶ ମହାମେଣ୍ଟକୁ ଫେରିବା ଉତ୍ତମ ବିକଳ୍ପ। ମାତ୍ର ଜେଡିୟୁ ଏବେ ବି ଏନଡିଏ ସହିତ ରହିଥିବା କହିଛି।

ଲୋକସଭା ନିର୍ବାଚନ ସମୟରେ ବିହାରରେ ବିଜେପି ଏବଂ ଜେଡିୟୁ ଏକାଠି ନିର୍ବାଚନ ଲଢ଼ିଥିଲେ। ଏହା ଫଳରେ ଆରଜେଡି ଗୋଟିଏ ହେଲେ ଆସନରେ ବି ଜିତିପାରି ନ ଥିଲା। ତେବେ ୨୦୧୫ ବିଧାନସଭା ନିର୍ବାଚନରେ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ସେତେବେଳେ ଜେଡିୟୁ, ଆରଜେଡି ଏବଂ କଂଗ୍ରେସ ମହାମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ଏବଂ ବିଜେପିକୁ ହରାଇବାରେ ସଫଳ ହୋଇଥିଲେ। ରଘୁବଂଶ କହିଛନ୍ତି, ଯଦି ନିତିଶ ଅନ୍ୟ ଆଞ୍ଚଳିକ ଦଳ ସହିତ ଆମ ଆଡକୁ ଆସନ୍ତି, ତା’ହେଲେ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ସୁବିଧା ହେବ। ରାଜନୀତିରେ କିଛି ବି ହୋଇପାରେ। ନିତିଶ ମହାମେଣ୍ଟଙ୍କୁ ଫେରିପାରିବେ ନାହିଁ ବୋଲି କେହି ଲିଖିତ ଆକାରରେ କିଛି ନିଷ୍ପତ୍ତି ନେଇନାହାନ୍ତି।

- Advertisement -

ଅନ୍ୟପଟେ ଗତ ସୋମବାର ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ମୁଖ୍ୟ ଜିତନରାମ ମାଞ୍ଝି ଇଫତାର ପାର୍ଟି ଆୟୋଜନ କରିଥିଲେ। ଏଥିରେ ରାବଡି ଦେବୀ, ତେଜପ୍ରତାପ ଯାଦବ ଏବଂ ନିତିଶ କୁମାର ସାମିଲ ହୋଇଥିଲେ। ୨୪ ଘଣ୍ଟା ମଧ୍ୟରେ ନିତିଶ ନିଜର ବିରୋଧୀ ଜିତନରାମଙ୍କୁ ୨ୟ ଥର ଇଫତାର ପାର୍ଟିରେ ଭେଟିଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories