www.samajalive.in
Thursday, December 11, 2025
15.1 C
Bhubaneswar

ପ୍ରଥମ ବିଜୟ ଲକ୍ଷ୍ୟରେ ଶ୍ରୀଲଙ୍କା ଓ ଆଫ୍‌ଗାନିସ୍ତାନ

କାର୍ଡିଫ୍‌ : ଚଳିତ ବିଶ୍ବକପ୍‌ରେ ମଙ୍ଗଳବାର ଦୁଇ ଏସୀୟ ଦେଶ ଶ୍ରୀଲଙ୍କା ଓ ଆଫ୍‌ଗାନିସ୍ତାନ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳଙ୍କୁ ଏଥର ବିଶ୍ବକପ୍‌ର ଫେଭରିଟ୍ ତାଲିକାରେ ରଖା ଯାଇନାହିଁ କିମ୍ବା ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ସେପରି ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନାହାନ୍ତି। ତେବେ ଉଭୟ ଦଳଙ୍କ ବିଶ୍ବକପ୍ ଇତିହାସରେ ଆକାଶ ପାତାଳ ଫରକ ଥିଲେ ହେଁ ଉଭୟଙ୍କ ପ୍ରଥମ ମ୍ୟାଚ୍‌ର ପ୍ରଦର୍ଶନରେ ସେପରି ବଡ଼ ଫରକ ନାହିଁ। ତେଣୁ ବାଂଲାଦେଶର ପ୍ରଦର୍ଶନରେ ଉତ୍ସାହିତ ହୋଇ ଉଭୟ ଶ୍ରୀଲଙ୍କା ଓ ଆଫ୍‌ଗାନିସ୍ତାନ ୨ୟ ଏସୀୟ ଦଳ ଭାବେ ଏହି ବିଶ୍ବକପ୍‌ରେ ମ୍ୟାଚ୍ ଜିତିବାର ପ୍ରୟାସ କରିବେ। ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ଅ​‌େ​‌​‌ଷ୍ଟ୍ରଲିଆଠାରୁ ପ୍ରଥମ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ପରାସ୍ତ ହୋଇଥିଲେ ହେଁ ଶ୍ରୀଲଙ୍କାଠାରୁ ସାମାନ୍ୟ ଉନ୍ନତ ପ୍ରଦର୍ଶନ କରିଥିଲା।
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପେସ୍ ଆକ୍ରମଣ ସମ୍ମୁଖରେ ଆତ୍ମ ସମର୍ପଣ କରିଥିଲା ଶ୍ରୀଲଙ୍କାର ବ୍ୟାଟ୍‌ସମ୍ୟାନ୍। ଓପ୍‌ନର ଦିମୁତ୍ କରୁଣାରତ୍ନେ ଅର୍ଦ୍ଧଶତକ ହାସଲକରି ଅପରାଜିତ ରହିଥିଲେ ହେଁ ଅନ୍ୟମାନଙ୍କ ବିଫଳତା ଯୋଗୁଁ ଏହା ମାତ୍ର ୧୩୭ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ପରେ ଶ୍ରୀଲଙ୍କାର ବୋଲର ମଧ୍ୟ କୌଣସି ପ୍ରଭାବ ପକାଇ ପାରିନଥିଲେ। ୧୬.୧ ଓଭରରେ କୌଣସି ୱିକେଟ ନ ହରାଇ ନ୍ୟୁଜିଲାଣ୍ଡ ଜିତିଥିଲା। ଲାସିଥ୍ ମାଲିଙ୍ଗା ବିଫଳ ହେବା ମଧ୍ୟ ଦଳକୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବୋଲିଂ ବିପକ୍ଷରେ ଆଫ୍‌ଗାନିସ୍ତାନର ୨୦୭ ରନ୍ ନିଶ୍ଚୟ ପ୍ରଶଂସାଯୋଗ୍ୟ। ତେବେ ବେପରୁଆ ସଟ୍ ଖେଳି ଏହାର ବ୍ୟାଟ୍‌ସମ୍ୟାନ ୱିକେଟ ଫିଙ୍ଗିନଥିଲେ ଆଫ୍‌ଗାନିସ୍ତାନ ନିଶ୍ଚୟ ଅଧିକ ରନ୍ କରି ପାରିଥାଆନ୍ତା। ରହ୍‌ମାତ ଶାହା ଓ ନଜିବୁଲ୍ଲା ଜାଦ୍ରାନ୍ ସଫଳତାର ସହ ଅଷ୍ଟ୍ରେଲିଅା ବୋଲିଂର ମୁକାବିଲା କରି ପାରିଥିଲେ। ଅଷ୍ଟ୍ରେଲିଆର ବ୍ୟାଟ୍‌ସମ୍ୟାନ୍ ସହଜରେ ବିଜୟଲକ୍ଷ୍ୟର ପିଛା କରିଥିଲେ ହେଁ ଆଫ୍‌ଗାନିସ୍ତାନ ସ୍ପିନର ଭଲ ବୋଲିଂ କରିଥିଲେ। ଆଫ୍‌ଗାନିସ୍ତାନର ସ୍ପିନ୍ ଯୋଡ଼ି ରସିଦ୍ ଖାଁ ଓ ମୁଜିବ୍ ଉର୍ ରେହ୍‌ମାନଙ୍କ ପ୍ରତି ଶ୍ରୀଲଙ୍କା ବ୍ୟାଟ୍‌ସମ୍ୟାନଙ୍କୁ ସତର୍କ ରହିବାକୁ ପଡ଼ିବ। ଏହା ସତ ଯେ ଗତ କିଛିବର୍ଷ ହେଲା ଆଫ୍‌ଗାନିସ୍ତାନ ଦଳ କ୍ରିକେଟରେ ବହୁତ ଉନ୍ନତି କରିଛି। ତଥାପି ଶ୍ରୀଲଙ୍କା ଏହି ମ୍ୟାଚ୍‌ରେ ଫେଭରିଟ୍ ଭାବେ ପଡ଼ିଆରେ ଓହ୍ଲାଇବ। ୧୯୯୬ରେ ଶ୍ରୀଲଙ୍କା ବିଶ୍ବକପ୍ ଜିତିଥିଲା। କ୍ରିକେଟ ଦୁନିଆରେ ପାଦ ଥାପିବାର ପ୍ରୟାସ କରୁଥିବା ଆଫ୍‌ଗାନିସ୍ତାନ କ୍ରମାଗତ ୨ୟ ବିଶ୍ବକପ୍ ଖେଳୁଛି। ଅଦ୍ୟାବଧି ବିଶ୍ବକପ୍‌ରେ ଏହି ଦୁଇ ଏସୀୟ ଦେଶଙ୍କ ମଧ୍ୟରେ ମୁକାବିଲା ହୋଇନାହିଁ। ତେବେ ଦିିନିକିଆରେ ୩ଟି ମ୍ୟାଚ୍‌ରେ ପରସ୍ପର ମୁକାବିଲା କରିଛନ୍ତି। ଏଥିରୁ ଶ୍ରୀଲଙ୍କା ୨ଟି ଏବଂ ଆଫ୍‌ଗାନିସ୍ତାନ ଗୋଟିଏ ମ୍ୟାଚ୍ ଜିତିଛି। ତେଣୁ ଆଫଗାନିସ୍ତାନ ପାଇଁ ଶ୍ରୀଲଙ୍କା ଆଉ ଅଭେଦ୍ୟ ଦୁର୍ଗ ହୋଇ ରହିନାହିଁ। ତେବେ ଆଫ୍‌ଗାନିସ୍ତାନ ଚାହିଁବ ଯେ ଏହାର ଓପ୍‌ନର ଭଲ ପ୍ରଦର୍ଶନ କରନ୍ତୁ; ଫଳରେ ଏହା ବଡ଼ ସ୍କୋର୍ କରିପାରିବ। ଅଷ୍ଟ୍ରେଲିଆର ପେସ୍ ଯୋଡ଼ି ମିଚେଲ ଷ୍ଟାର୍କ ଓ ପ୍ୟାଟ୍‌ କମିନ୍‌ସଙ୍କ ସମ୍ମୁଖରେ ଆଫ୍‌ଗାନିିସ୍ତାନର ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଥିଲେ। ଏଥିରେ ଉନ୍ନତି କରିବାକୁ ଆଫ୍‌ଗାନିସ୍ତାନ ନିଶ୍ଚୟ ଚାହିଁବ। ଶ୍ରୀଲଙ୍କା ଏହା ଭଲଭାବେ ଜାଣିଛି ଯେ ଆଗକୁ ଶକ୍ତଶାଳୀ ଦଳଙ୍କ ବିପକ୍ଷରେ ଖେଳିବାର ଥିବାରୁ ମଙ୍ଗଳବାର ଆଫ୍‌ଗାନିସ୍ତାନଠାରୁ ପରାଜୟ ଏହାକୁ ସେମିଫାଇନାଲ ରାସ୍ତା ରୋକିପାରେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories