www.samajalive.in
Thursday, December 11, 2025
13.1 C
Bhubaneswar

ବିଭାଜନ ଆଡକୁ ମହାମେଣ୍ଟ; ଉପ ନିର୍ବାଚନରେ ଏକାକୀ ଲଢିବ ବିଏସପି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ହୋଇଥିବା ମହାମେଣ୍ଟ ଏସପି-ବିଏସପି-ଆରଏଲଡି ଏବେ ବିଭାଜନ ଆଡକୁ ଯାଉଛି। ମହାମେଣ୍ଟରୁ ଓହରି ଏକାକୀ ନିର୍ବାଚନ ଲଢିବା ଲାଗି ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଉତ୍ତରପ୍ରଦେଶର ୧୧ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ବିଏସପି ଏହାକୁ ଏକାକୀ ଲଢିବ ବୋଲି ମାୟାବତୀ ସୂଚନା ଦେଇଛନ୍ତି।

ସୋମବାର ମାୟାବତୀ ଦଳୀୟ କର୍ମୀଙ୍କୁ କହିଛନ୍ତି ଯେ ନିର୍ବାଚନ ଜିତିବା ଲାଗି ମେଣ୍ଟ ସହଯୋଗୀଙ୍କ ଉପରେ ନିର୍ଭର କର ନାହିଁ। ନିର୍ବାଚନରେ ବିଜୟ ଲାଗି ଦଳର ସଂଗଠନକୁ ମଜଭୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏପରିକି ଆଗାମୀ ଦିନରେ ହେବାକୁ ଥିବା ଉପନିର୍ବାଚନ ଏକାକୀ ଲଢିବା ଲାଗି ପ୍ରସ୍ତୁତ ହେବାକୁ ମାୟାବତୀ କର୍ମୀଙ୍କୁ କହିଛନ୍ତି। ମାୟାବତୀଙ୍କ ଏହି ମନ୍ତବ୍ୟ ଆଗାମୀ ଦିନରେ ମହାମେଣ୍ଟର ବିଭାଜନ ନେଇ ସୂଚନା ଦେଉଛି। ଗତ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନରୁ ବିଜେପି ୬୨ଟିରେ ବିଜୟୀ ହୋଇଥିବାବେଳେ ଏହାର ସହଯୋଗୀ ଆପନା ଦଳ ୨ଟିରେ ବିଜୟୀ ହୋଇଥିଲା। ବିଏସପି ୧୦ଟି ଆସନ,ଏସପି ୫ ଓ କଂଗ୍ରେସ ୧ଟି ଆସନରେ ବିଜୟୀ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories