www.samajalive.in
Monday, December 8, 2025
13.1 C
Bhubaneswar

‘ଭାରତ’ ଦେଖିବାକୁ ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ ବୁକ୍‍ କଲେ ସଲମାନଙ୍କ ପ୍ରଶଂସକ

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ଚଳିତ ମାସ ୫ ତାରିଖରେ ମୁକ୍ତିଲାଭ ହେବାକୁ ଥିବା ବେଳେ ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଓ ବ୍ୟଗ୍ରତା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ଆଗୁଆ ଟିକଟ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ସଲମାନଙ୍କର ଜଣେ ପ୍ରଶଂସକ ‘ଭାରତ’ ଦେଖିବା ପାଇଁ ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ ବୁକ୍‍ କରିଛନ୍ତି। ସଲମାନଙ୍କ ଏହି ପ୍ରଶଂସକ ଜଣକ ହେଉଛନ୍ତି ନାସିକର ଆଶିଷ ସିଂଘଲ।
ସୂଚନା ଅନୁସାରେ, ଆଶିଷ ‘ଭାରତ’ ମୁକ୍ତିଲାଭର ପ୍ରଥମ ଦିନ ପ୍ରଥମ ଶୋ’ ଦେଖିବା ପାଇଁ ନାସିକ ସ୍ଥିତ ଏକ ପ୍ରେକ୍ଷାଳୟକୁ ସମ୍ପୂର୍ଣ୍ଣ ବୁକ୍‍ କରିଛନ୍ତି। ସଲମାନଙ୍କ ପ୍ରତି ପ୍ରଶଂସକଙ୍କ ଏଭଳି ପାଗଳାମୀ ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଥର ଦବଙ୍ଗ ଖାନଙ୍କ ପ୍ରଶଂସକଙ୍କ ବିଭିନ୍ନ ପାଗଳାମୀ ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ‘ଭାରତ’ ଚଳଚ୍ଚିତ୍ରରେ ସଲମାନ ପାଞ୍ଚଟି ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ। ଅଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ତବୁ, ଦିଶା ପଟାନୀ, ସୁନୀଲ ଗ୍ରୋଭର ଓ ଜ୍ୟାକି ଶ୍ରଫଙ୍କ ଭଳି ଦମ୍‍ଦାର୍‍ କଳାକାରଙ୍କୁ ଦେଖିବାକୁ ମିଳିବ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories